Jai Odisha
News

ଦୃଷ୍ଟିବାଧିତ ମହିଳା କ୍ରିକେଟ ଦଳକୁ ବିଜୟ ପାଇଁ ଅଭିନନ୍ଦନ ଜଣାଇଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ –

ସମାଜ ନ୍ୟୁଜ ଡେସ୍କ- ଭାରତୀୟ ଦୃଷ୍ଟିବାଧିତ ମହିଳା କ୍ରିକେଟ ଦଳ ଟି-ଟ୍ବେଣ୍ଟି ବିଶ୍ବକପ୍ ଚାମ୍ପିଆନ ହେବା ପରେ ଦେଶ ବ୍ୟାପି ପ୍ରଶଂସାର ଶୁଅ । ମୁଖ୍ୟମନ୍ତ୍ରୀ ମୋହନ ମାଝୀ ମଧ୍ୟ ତାଙ୍କ X ଜରିଆରେ ଦୃଷ୍ଟିବାଧିତ ମହିଳା ଟିମ୍ କୁ ଅଭିନନ୍ଦନ ଜଣାଇଛନ୍ତି । ସେ ଉଲ୍ଲେଖ କରିଛନ୍ତି ଆପଣ ମାନଙ୍କର ଅନନ୍ୟ ପ୍ରଦର୍ଶନ, ଶୃଙ୍ଖଳା ଏବଂ ପରାକାଷ୍ଠା ପାଇଁ ଆଜି ପୁରା ଦେଶ ଗର୍ବିତ । ଆଗକୁ ଏହିପରି ବିଜୟର ଧାରା ଜାରି ରହୁ ବୋଲି ଶୁଭେଚ୍ଛା ବାର୍ତ୍ତାରେ କହିଛନ୍ତି ମୁଖ୍ୟମନ୍ତ୍ରୀ ।

– Advertisement –

କଲମ୍ବୋରେ ଚାଲିଥିବା ମହିଳା ଦୃଷ୍ଟିବାଧିତ ଟି-ଟ୍ବେଣ୍ଟି ବିଶ୍ବକପ ଫାଇନାଲରେ ରବିବାର ଭାରତୀୟ ମହିଳା ଦଳ ନେପାଳକୁ ହରାଇ ଚାମ୍ପିଆନ ଆଖ୍ୟା ଅର୍ଜନ କରିଛି । ପୂର୍ବରୁ ଭାରତୀୟ ମହିଳା ଦଳ ମଧ୍ୟ ଏକଦିବସୀୟ ବିଶ୍ବକପ୍ ରେ ଚମ୍ପିଆନ ହୋଇଥିଲା

Leave A Reply

Your email address will not be published.