Jai Odisha
News

ମା ଲକ୍ଷ୍ମୀଙ୍କ ଆର୍ଶିବାଦ ହାସଲ କରିବାକୁ ହେଲେ ଘରର ବାସ୍ତୁକୁ କରନ୍ତୁ ଏହି ପ୍ରକାରର |

ଭୁବନେଶ୍ବର: ବାସ୍ତୁର କିଛି ଛୋଟ ଛୋଟ ଉପାୟ ଜରିଆରେ ଆମେ ଆମ ଜୀବନରେ ସୁଖ ସମୃଦ୍ଧି ପାଇପାରିବା। ବାସ୍ତୁ ଅନୁସାରେ ଏହି ଛୋଟ କଥା ତଥା ବ୍ୟବହାରିକ ପରିବର୍ତ୍ତନ ଯୋଗୁଁ ଘରେ ସୁଖ ସମୃଦ୍ଧି ବିରାଜିତ ହୋଇପାରିବ। ତେବେ ଆସନ୍ତୁ ଜାଣିବା ଦୈନନ୍ଦୀନ ଜୀବନରେ ବାସ୍ତୁର କେଉଁ କେଉଁ ସବୁ ଉପାୟକୁ ଅବଲମ୍ବନ କରିବା ଦ୍ବାରା ଆମେ ମାତା ଲକ୍ଷ୍ମୀଙ୍କର କୃପା ପାଇପାରିବା।

ଫଳ ଖାଇବା ବହୁତ ଭଲ କଥା। ତେବେ ଫଳ ଓ ପରିବାର ଚୋପାକୁ ଆମେ ସର୍ବଦା ଡଷ୍ଟବିନ୍‌ରେ ପକାଇଥାଉ। କିନ୍ତୁ ଯଦି ଆମେ ଏହି ଚୋପାକୁ ଡଷ୍ଟବିନ୍‌ରେ ନ ପକାଇ ଘର ବାହାରେ ଅଳିଆ ଏକାଠି ହେଉଥିବା ଜାଗାରେ ଏହି ଚୋପାକୁ ରଖିଲେ ଏହା ଦ୍ବାରା ଲାଭ ମିଳିଥାଏ। ଏହାଦ୍ବାରା ବାଣିଜ୍ୟ ତଥା ଚାକିରି ସମ୍ବନ୍ଧରେ ଶୁଭ ସୂଚନା ମିଳିଥାଏ।

ଶୁକ୍ଳ ପକ୍ଷ ଦିନ ବିଶେଷକରି ଗୁରୁବାର ବା ଶୁକ୍ରବାର ଦିନ ମିଶ୍ରିରେ କ୍ଷୀର ବନାଇବା ଉଚିତ୍‌। ଏବଂ ଏହି କ୍ଷୀରକୁ ଘରର ସମସ୍ତ ସଦସ୍ୟ ଏକାଠି ବସି ଖାଇବା ଦରକାର। ଏହି କ୍ଷୀରକୁ ସର୍ବପ୍ରଥମେ ଘରର ବୟୋଜ୍ୟେଷ୍ଠଙ୍କୁ ଦେବା ଉଚିତ୍‌। ଏପରି କରିବା ଦ୍ବାରା ମା’ଲକ୍ଷ୍ମୀଙ୍କର କୃପା ପ୍ରାପ୍ତ ହୋଇଥାଏ। ଘରେ ଥିବା ସମସ୍ତ ବାସ୍ତୁ ସମ୍ବନ୍ଧୀୟ ଦୋଷ ଦୂର ହୋଇଥାଏ।

ଯଦି ଆପଣ ବୃହସ୍ପତି ସମ୍ପର୍କିତ କିଛି ଉପାୟ କରିବାକୁ ଚାହୁଁଛନ୍ତି ,ତେବେ ବାସ୍ତୁ ହିସାବରେ ଗୁରୁବାର ଦିନ ହଳଦିଆ ବସ୍ତୁ ଅର୍ଥାତ୍‌ ଖାଦ୍ୟରେ ହଳଦୀ ଅଥବା ହଳଦିଆ ରଙ୍ଗର ବ୍ୟବହାର କରନ୍ତୁ। ସେହିପରି ସବୁଜ ରଙ୍ଗରୁ ଦୂରେଇ ରୁହନ୍ତୁ। ସେହିପରି ବୁଧବାର ଦିନ ସବୁଜ ରଙ୍ଗର ଖାଦ୍ୟ ପଦାର୍ଥ ଖାଇବା ସହ ହଳଦିଆ ରଙ୍ଗର ଖାଦ୍ୟ ବା ବସ୍ତୁଠାରୁ ଦୂରେଇ ରୁହନ୍ତୁ। ଏହା ଦ୍ବାରା ଘରେ ଶାନ୍ତି ରହିବ।

ସେହିପରି କେହି କେହି ଗାଧୋଇବା ପରେ ଓଦା ଟାଓ୍ବେଲ୍‌କୁ ରଖି ଦେବାର ଅଭ୍ୟାସ ଥଶଏ। ଏପରି କରିବା ଅନୁଚିତ୍‌। ଏପରି କରିବା ଦ୍ବାରା ଘରେ ମତଭେଦ ସୃଷ୍ଟି ହୋଇଥଏ। ଏଥିପାଇଁ ସର୍ବଦା ଓଦା ଟାଓ୍ବେଲ୍‌କୁ ଶୁଖାଇବା ଉଚିତ୍‌।

Leave A Reply

Your email address will not be published.