ବଢିଲା ନା କମିଲା, ଜାଣନ୍ତୁ ଆଜିର ସୁନା ଦର –
ସମାଜ ଲାଇଭ୍ ଡ଼େସ୍କ: ଗୁରୁବାର ଅପେକ୍ଷା ଆଜି ଦେଶରେ ସୁନାଦର ସାମାନ୍ୟ ହ୍ରାସ ହୋଇଛି । ରାଜ୍ୟରେ ଆଜି ସୁନାଦରରେ ଏକ ଗ୍ରାମ ପିଛା ୧ଟଙ୍କା ହ୍ରାସ ହୋଇଛି । ଗତକାଲି ରାଜ୍ୟରେ ଏକ ଗ୍ରାମ୍ ପିଛା ୨୪ କ୍ୟାରେକ୍ଟ ସୁନା ଦର ୧୨,୪୨୬ ଟଙ୍କା ଥିଲା ବେଳେ ଆଜି ୧୨,୪୨୫ ଟଙ୍କା ଅଛି । ସେହିପରି ୨୨ କ୍ୟାରେକ୍ଟ ସୁନା ଦର ଏକ ଗ୍ରାମ୍ ପିଛା ଗତକାଲି ୧୧,୩୯୦ ଥିଲାବେଳେ ଆଜି ୧୧,୩୮୯ ଟଙ୍କା ରହିଛି । ଏହି ଦର କ୍ରମରେ ୧୮ କ୍ୟାରେକ୍ଟ ସୁନା ଦର ଏକ ଗ୍ରାମ୍ ପିଛା ଗତକାଲି ୯,୩୧୯ ଥିଲାବେଳେ ଆଜି ୯,୩୧୮ ଟଙ୍କା ରହିଛି । ଦିଲ୍ଲୀରେ ମଧ୍ୟ ସମାନ ଦର ହ୍ରାସ ହୋଇଛି ଏହି କ୍ରମରେ ଏକ ଗ୍ରାମ୍ ପିଛା ୨୪ କ୍ୟାରେକ୍ଟ ଦର ୧୨,୪୪୦ ଟଙ୍କା ,୨୨ କ୍ୟାରେକ୍ଟ ଦର ୧୧,୪୦୪ ଟଙ୍କା ଏବଂ ୧୪ କ୍ୟାରେକ୍ଟ ଦର ୯,୩୩୩ ଟଙ୍କା ରହିଛି । ମୁମ୍ବାଇରେ ଏକ ଗ୍ରାମ୍ ପିଛା ସୁନାଦର ୨୪ କ୍ୟାରେକ୍ଟ ର ୧୨,୪୨୫ ଟଙ୍କା, ୨୨ କ୍ୟାରେକ୍ଟ ର ଦର ୧୧,୩୮୯ ଟଙ୍କା ଓ ୧୮କ୍ୟାରେକ୍ଟ ର ଦର ୯,୩୧୮ ।
ସୁନା ଭଳି ରୂପା ଦର ମଧ୍ୟ ସାମାନ୍ୟ ହ୍ରାସ ହୋଇଛି । ଦେଶରେ ୧୦ ଗ୍ରାମ୍ ପିଛା ରୂପା ଦରରେ ଗତକାଲି ଅପେକ୍ଷା ଏକ ଟଙ୍କା ହ୍ରାସ ହୋଇଛି । ଏହି କ୍ରମରେ ଗତକାଲି ରାଜ୍ୟରେ ରୂପା ୧୦ ଗ୍ରାମ୍ ପିଛା ୧୭୩୦ ଟଙ୍କା ଥିଲା ବେଳେ ଆଜି ୧୭୨୯ ଟଙ୍କା ରହିଛି । ସେହିଭଳି ଦିଲ୍ଲୀ ଏବଂ ମୁମ୍ବାଇରେ ଆଜି ରୂପା ୧୦ ଗ୍ରାମ୍ ପିଛା ୧,୬୪୯ ଟଙ୍କା ରହିଛି ।