Jai Odisha
News

ଏଫଆଇଏଚ୍ ହକି ଟ୍ରଫି ଟୁରର ସ୍ୱାଗତ ସମାରୋହରେ ଯୋଗ ଦେଲେ ପଞ୍ଚାୟତିରାଜ ମନ୍ତ୍ରୀ |

ଭୁବନେଶ୍ଵର: କଳିଙ୍ଗ ଷ୍ଟାଡିୟମରେ ଏଫଆଇଏଚ୍ ହକି ଟ୍ରଫି ଟୁରର ସ୍ୱାଗତ ସମାରୋହରେ ଯୋଗ ଦେଇଛନ୍ତି ପଞ୍ଚାୟତିରାଜ ମନ୍ତ୍ରୀ ରବି ନାୟକ। ତାମିଲନାଡୁରେ ହେବାକୁ ଥିବା ଏଫଆଇଏଚ୍ ହକି ପୁରୁଷ ଜୁନିୟର ବିଶ୍ୱକପ ୨୦୨୫ ଟ୍ରଫିକୁ ରାଜ୍ୟରେ ସେ ଉନ୍ମୋଚନ କରିଛନ୍ତି।

ନଭେମ୍ବର ୨୮ରୁ ଡ଼ିସେମ୍ବର ୧୦ ପର୍ଯ୍ୟନ୍ତ ଚେନ୍ନାଇ ଓ ମଦୁରାଇରେ ଆୟୋଜନ ହେବାକୁ ଯାଉଥିବା ଏହି ବିଶ୍ୱକପ ପାଇଁ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ଗତ ନଭେମ୍ବର ୭ରେ ଆରମ୍ଭ ହୋଇଥିବା ଟ୍ରଫି ପରିକ୍ରମା ହରିଆଣା, ଚଣ୍ଡିଗଡ଼, ପଞ୍ଜାବ, ଜାମ୍ମୁକାଶ୍ମୀର, ଉତ୍ତର ପ୍ରଦେଶ, ରାଜସ୍ଥାନ, ଗୁଜୁରାଟ, ମଧ୍ୟପ୍ରଦେଶ, ପଶ୍ଚିମବଙ୍ଗ, ଛତିଶଗଡ଼, ଝାଡ଼ଖଣ୍ଡ ଓ ବିହାର ଗସ୍ତ କରି ଏବେ ଓଡ଼ିଶାରେ ପହଞ୍ଚିଛି।

Leave A Reply

Your email address will not be published.