Jai Odisha
News

ନିଜକୁ ଜାଳିଦେଇଥିବା ଯୁବକଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ –

କଟକ: ନିଜକୁ ଜାଳିଦେଇଥିବା ଯୁବକଙ୍କର ଆଜି ମୃତ୍ୟୁ ହୋଇଛି । କଟକ ବାଙ୍କି ଓସ୍ତିଆ ଗାଁରେ ଯୁବକ ଜଣଙ୍କ ନିଆଁରେ ପୋଡି ଗୁରୁତର ଭାବରେ ଆହତ ହୋଇଥିଲେ । ଗୁରୁତର ଅବସ୍ଥାରେ ତାଙ୍କୁ କଟକ ଏସସିବି ମେଡିକାଲରେ ଭର୍ତ୍ତି କରାଯାଇଥିଲା । ଏସସିବିରେ ଯେଉଁଠି ତାଙ୍କର ଚିକିତ୍ସା ଜାରି ରହିଥିଲା , ଚିକିତ୍ସାଧୀନ ଅବସ୍ଥାରେ ଯୁବକଙ୍କର ମୃତ୍ୟୁ ହୋଇଛି । ଯୁବକ ଜଣଙ୍କ ନିଜ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗେଇଦେଇଥିଲେ । ଦେହରେ ପେଟ୍ରୋଲ ଢାଳି ଜୀବନ ହାରିବାକୁ ତାଙ୍କର ଉଦ୍ୟମ ଥିଲା । ମୃତ ଯୁବକ ଜଣଙ୍କ ହେଉଛନ୍ତି, ଅମୀୟ ସିଂ । ବାପାଙ୍କ ଦେହାନ୍ତ ହେବା ପରେ ଚାକିରି ପାଇଁ ଆଶାୟୀ ଥିଲେ ଅମୀୟ ।ଅମିୟର ବଡ଼ ଭାଇ ସୂଚନା ଦେଇଛନ୍ତି ଯେ ତାଙ୍କ ବାପା ଭୂତତ୍ତ୍ୱ ବିଭାଗରେ କାମ କରୁଥିଲେ ଏବଂ ତାଙ୍କ ବାପାଙ୍କ ମୃତ୍ୟୁ ପରେ, ସ୍ନାତକୋତ୍ତର ସମାପ୍ତ କରିଥିବା ଅମିୟ ପୁନର୍ବାସ ଯୋଜନାରେ ଚାକିରି ପାଇବା ପାଇଁ ଆବେଦନ କରିଥିଲେ।ଅମୀୟ ଚାକିରି ପାଇବା ପାଇଁ ଯଥାସମ୍ଭବ ଚେଷ୍ଟା କରିଥିଲେ ମଧ୍ୟ ସଫଳ ହୋଇନଥିଲେ । ଗତ ଛଅ ବର୍ଷ ଧରି ତାଙ୍କ ଫାଇଲ୍ କଟକ ଜିଲ୍ଲା କଲେକ୍ଟରଙ୍କ କାର୍ଯ୍ୟାଳୟରେ ପଡ଼ି ରହିଥିବାରୁ, ସେ ଆଜି ଅପରାହ୍ନରେ ପେଟ୍ରୋଲ ଢାଳି ଆତ୍ମହତ୍ୟା କରିବା ପରେ ମାନସିକ ଭାରସାମ୍ୟ ହରାଇ ଆତ୍ମହତ୍ୟା କରିଛନ୍ତି।

Leave A Reply

Your email address will not be published.