Jai Odisha
News

ନିବେଶ ନାଁରେ ୫୦ ଲକ୍ଷ ଠକେଇ: ଜଣେ ଗିରଫ –

ଭୁବନେଶ୍ୱର: ନିବେଶ ନାଁରେ ୫୦ ଲକ୍ଷ ଟଙ୍କା ଠକେଇ। ଏହି ଠକେଇ ମାମଲାରେ ଜଣେ ଗିରଫ ହୋଇଥିବା ସୂଚନା ମିଳିଛି।କୋଲକାତାରୁ ଅଭିଯୁକ୍ତ ସାଇବର ଠକ ଅରବିନ୍ଦ ପାଲ ଗିରଫ ହୋଇଛି। ହ୍ବାଟ୍‌ସଆପ୍‌ ଗ୍ରୁପ୍‌ରେ ଆକାଉଣ୍ଟ୍ ଖୋଲି ୫୦ ଲକ୍ଷ ଠକିଥିବା ଅଭିଯୋଗ ଆଧାରରେ ପୋଲିସ ତଦନ୍ତ ଆରମ୍ଭ କରିଥିଲା। ଠକ ଜଣକ ଅବସର ପ୍ରାପ୍ତ ବରିଷ୍ଠ ନାଗରିକଙ୍କୁ ଟାର୍ଗେଟ୍‌ କରି ଠକୁଥିଲା। ବିଭିନ୍ନ ଲୋଭନୀୟ ସ୍କିମ୍‌ର ବିଜ୍ଞାପନ ମାଧ୍ୟମରେ ଫସାଇ ଠକୁଥିଲା। ଏହି ଠକେଇ ମାମଲାରେ ଅଧିକ ତଥ୍ୟ ପାଇଁ ତଦନ୍ତ ଜାରି ରହିଛି।

Leave A Reply

Your email address will not be published.