Jai Odisha
News

କେନ୍ଦୁଝର ଠାରେ ୭ମ ସର୍ବଭାରତୀୟ ମିନି କଳିଙ୍ଗ କପ ଫୁଟବଲ ଟୁର୍ନାମେଣ୍ଟ ଉଦଯାପିତ, ଯୋଗ ଦେଲେ ମୁଖ୍ୟମନ୍ତ୍ରୀ –

ସମାଜ ନ୍ୟୁଜ ଡେସ୍କ- କେନ୍ଦୁଝରର ରାଇକଳା ଠାରେ ଆୟୋଜିତ ୭ମ ସର୍ବଭାରତୀୟ ମିନି କଳିଙ୍ଗ କପ ଫୁଟବଲ ଟୁର୍ନାମେଣ୍ଟ ରବିବାର ସନ୍ଧ୍ୟାରେ ଉଦଯାପିତ ହୋଇଯାଇଛି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଫାଇନାଲ ମ୍ୟାଚରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ବିଜୟୀ “ଅନୁରାଗ FC, ଶୁଆକାଟୀ” ଦଳକୁ ପୁରସ୍କୃତ କରିବା ସହିତ ୨ ଲକ୍ଷ ଟଙ୍କାର ପୁରସ୍କାର ରାଶି ପ୍ରଦାନ କରିଥିଲେ ।

– Advertisement –

୭ମ ସର୍ବଭାରତୀୟ ମିନି କଳିଙ୍ଗ କପ ଫୁଟବଲ ଟୁର୍ନାମେଣ୍ଟ ଗତ ୧୨ ତାରିଖ ଠାରୁ ରାଇଜିଂ ଷ୍ଟାର, ରାଇକଳା ଦ୍ୱାରା ଆୟୋଜିତ ହୋଇଥିଲା ଏବଂ ଏହାର ଫାଇନାଲ ମ୍ୟାଚ ଆଜି ଅନୁରାଗ FC, ଶୁଆକାଟୀ ଏବଂ ରିଷି ଫାଇଟର, ଝୁମ୍ପୁରା ମଧ୍ୟରେ ହୋଇଥିଲା। ରନର୍ସ ଅପ ରିଷି ଫାଇଟର, ଝୁମ୍ପୁରାକୁ ୧. ୫ ଲକ୍ଷ ଟଙ୍କାର ପୁରସ୍କାର ରାଶି ମଧ୍ଯ ମୁଖ୍ୟମନ୍ତ୍ରୀ ପ୍ରଦାନ କରିଥିଲେ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ କଳିଙ୍ଗ କପ ହେଉଛି ଶ୍ରମ, ସଂଘର୍ଷ, ଏବଂ ଦଳୀୟ ଆତ୍ମାର ସମ୍ମିଳିତ ଫଳ । ଏହା ଆମକୁ ଶିଖାଏ—ଖେଳ କେବଳ ଶାରୀରିକ କ୍ରିୟାନୁଷ୍ଠାନ ନୁହେଁ, ବରଂ ଏକ ଜୀବନ ଶୈଳୀ, ଏକ ମନୋଭାବ।ଦଳୀୟ ଆତ୍ମା, ସମୟନୁଷ୍ଠାନ, ଶିଷ୍ଟାଚାର ଓ ସମ୍ମାନ—ଏହି ସବୁ ହେଉଛି ଏହି ପ୍ରତିଯୋଗିତାର ପ୍ରକୃତ ଲକ୍ଷ୍ୟ ।

Leave A Reply

Your email address will not be published.