ଦିଲ୍ଲୀ ବିସ୍ଫୋରଣ : ଘଟଣାସ୍ଥଳରୁ ୩ଟି ଖୋକା ଠାବ –
ସମାଜ ଲାଇଭ୍ ଡେସ୍କ : ଦିଲ୍ଲୀ ବିସ୍ଫୋରଣ ସ୍ଥଳରୁ ୯ଏମ୍ଏମ୍ର ୩ଟି ଖୋକା ଠାବ କରିଛି ପୁଲିସ୍ । ଦିଲ୍ଲୀ ବିସ୍ଫୋରଣ ଘଟଣାର ତଦନ୍ତ ବେଳେ ପୁଲିସ୍ କୁ ମିଳିଛି ବଡ଼ ତଥ୍ୟ । ବିସ୍ଫୋରଣ ସ୍ଥଳରୁ ୯ଏମ୍ଏମ୍ର ୩ଟି ଖୋକା ଜବତ କରିଛି ପୁଲିସ୍ । ସେଥି ମଧ୍ୟରୁ ୨ଟି ଅଫୁଟା ଓ ଗୋଟିଏ ଖାଲି ଖୋକା ଥିବା ପୁଲିସ୍ ସୂଚନା ଦେଇଛି । ୯ଏମ୍ଏମ୍ ପିସ୍ତଲ ସାଧାରଣ ଲୋକ ବ୍ୟବହାର କରିବା ପାଇଁ ଅନୁମତି ନାହିଁ । ଘଟଣାସ୍ଥଳରୁ ୯ଏମ୍ଏମ ଖୋକା ମିଳିବା ପରେ ଏହା ତଦନ୍ତ ଦିଗରେ ଏକ ବଡ଼ ସୁରାଖ ମିଳିଥିବା କୁହାଯାଉଛି । ଦିଲ୍ଲୀ ଲାଲକିଲ୍ଲା ନିକଟରେ ହୋଇଥିବା ବିସ୍ଫୋରଣକୁ ଗୋଟିଏ ସପ୍ତାହ ବିତିଗଲାଣି । ଗତ ସୋମବାର ସନ୍ଧ୍ୟାରେ ଏକ ଧଳା ରଙ୍ଗର ଆଇ-୨୦କାର୍ରେ ବିସ୍ଫୋରଣ ଘଟିଥିଲା । ଘଟଣାରେ ଏପର୍ଯ୍ୟନ୍ତ ୧୩ଜଣ ପ୍ରାଣ ହରାଇଥିବା ବେଳେ ଅନେକ ଗୁରୁତର ଆହତ ହୋଇ ଏବେ ମଧ୍ୟ ଚିକିତ୍ସିତ ହେଉଛନ୍ତି ।