Jai Odisha
News

ହସ୍ପିଟାଲରେ ଶୁଭମନ ଗିଲ୍‌ –

କଲକାତା: ପ୍ରଥମ ଟେଷ୍ଟମ୍ୟାଚ୍‌ରେ ଭାରତୀୟ ଅଧିନାୟକ ଶୁଭମନ ଗିଲ୍‌ ବେକରେ ଯନ୍ତ୍ରଣା ​‌େ​‌ଯାଗୁଁ ମାତ୍ର ୩ଟି ବଲ୍‌ ଖେଳି ରିଟାୟର୍ଡ ହର୍ଟ ହୋଇ ଫେରି ଯାଇଥିଲେ। ପରେ ଗିଲ୍‌ଙ୍କୁ ଡ୍ରେସିଂରୁମ୍‌ରୁ ଷ୍ଟ୍ରେଚର ଦ୍ବାରା ଆମ୍ବ୍ୟୁଲାନ୍‌ସ ପର୍ଯ୍ୟନ୍ତ ନିଆଯାଇ ଏକ ଘରୋଇ ହସ୍‌ପିଟାଲକୁ ନିଆ ଯାଇଥିଲା। ସେଠାରେ ଗିଲ୍‌ଙ୍କ ବେକରେ ସ୍କାନିଂ କରା ଯାଇଥିଲା। ଶନିବାର ପୂରା ରାତି ଗିଲ୍‌ ହସ୍ପିଟାଲରେ ରହିବେ। ତେଣୁ ଚଳିତ ଟେଷ୍ଟମ୍ୟାଚ୍‌ରେ ଗିଲ୍‌ ଆଉ ଖେଳିବା ଅସମ୍ଭବ। ତାଙ୍କ ଉପରେ ବିସିସିଆଇର ଡାକ୍ତରୀ ଦଳ ନଜର ରଖିଛନ୍ତି। ବେକରେ ଯନ୍ତ୍ରଣା ଗିଲ୍‌ଙ୍କ ପୁରୁଣା ସମସ୍ୟା। ଏହି କାରଣରୁ ସେ ନ୍ୟୁଜିଲାଣ୍ଡ ବିପକ୍ଷ ଟେଷ୍ଟ ଖେଳିନଥିଲେ।

Leave A Reply

Your email address will not be published.