Jai Odisha
News

ମୁସଲମାନ ପ୍ରିନ୍ସିପାଲଙ୍କ ବଦଳି ପାଇଁ ସ୍କୁଲ ପାଣି ଟାଙ୍କିରେ ବିଷ ମିଶାଇଲେ, ୧୧ ଛାତ୍ରଛାତ୍ରୀ ଅସୁସ୍ଥ –

ସମାଜ ଡିଜିଟାଲ ଡେସ୍କ: ମୁସଲମାନ ପ୍ରିନ୍ସିପାଲଙ୍କ ବଦଳି ପାଇଁ ସ୍କୁଲ ପାଣି ଟାଙ୍କିରେ ବିଷ ମିଶାଇଦେଲେ ଲୋକେ। ସେହି ପାଣି ପିଇ ୧୧ ଛାତ୍ରଛାତ୍ରୀ ଅସୁସ୍ଥ ହେବା ପରେ ପୁଲିସ ଏହି ଘଟଣାରେ ୩ ଜଣଙ୍କୁ ଗିରଫ କରିଛି। ଘଟଣାଟି କର୍ଣ୍ଣାଟକର ବେଲଗାଭି ଜିଲା ଅନ୍ତର୍ଗତ ହୁଲିକାଟ୍ଟି ଗ୍ରାମରେ ଥିବା ସରକାରୀ କନ୍ନଡ଼ ପ୍ରାଥମିକ ବିଦ୍ୟାଳୟରେ ଘଟିଛି। ଗିରଫ ଅଭିଯୁକ୍ତମାନେ ହେଲେ ଶ୍ରୀରାମ ସେନେ ସଂଗଠନ ସଭାପତି ସାଗର ପାଟିଲ ଏବଂ କ୍ରିଷ୍ଣା ମଦର ଓ ମଗନଗୌଡ଼ ପାଟିଲ।

ପୁଲିସ ସୂଚନା ଅନୁସାରେ, ଉକ୍ତ ସ୍କୁଲର ପ୍ରଧାନ ଶିକ୍ଷକ ଜଣେ ସଂଖ୍ୟାଲଘୁ ସମ୍ପ୍ରଦାୟର। ତେଣୁ ତାଙ୍କର କିପରି ବଦଳି ହୋଇଯିବ ସେଥିଲାଗି ଅଭିଯୁକ୍ତମାନେ ଏହି ଷଡ଼ଯନ୍ତ୍ର କରିଥିଲେ। ଏହି ଘଟଣାର ମୁଖ୍ୟ ଷଡ଼ଯନ୍ତ୍ରକାରୀ ହେଉଛନ୍ତି ସାଗର। ସେ କ୍ରିଷ୍ଣାଙ୍କୁ ବ୍ଲାକମେଲ କରି ତାଙ୍କ ଜରିଆରେ ଏହି କାଣ୍ହ ଘଟାଇଥିଲେ। କ୍ରିଷ୍ଣା ଅନ୍ୟ ଏକ ସମ୍ପ୍ରଦାୟର ଝିଅକୁ ଭଲ ପାଉଥିବାରୁ ଏହି କଥା ପ୍ରଘଟ କରିଦେବାର ଧମକ ଦେଇ ତାଙ୍କ ଜରିଆରେ ସ୍କୁଲ ପାଣି ଟାଙ୍କିରେ ବିଷ ମିଶାଇଥିଲେ ସାଗର। ମୁଖ୍ୟମନ୍ତ୍ରୀ ସିଦ୍ଦରମେୟା ଘଟଣାକୁ ନିନ୍ଦା କରିବା ସହିତ ଏହା ଧାର୍ମିକ ମୌଳବାଦ ଏବଂ ଘୃଣା ଦ୍ଵାରା ସଂଘଠିତ ଏକ ଜଘନ୍ୟ ଅପରାଧ ବୋଲି କହିଛନ୍ତି।

Leave A Reply

Your email address will not be published.