Jai Odisha
News

୬ ବର୍ଷୀୟା ନାବାଳିକା ବର୍ଣ୍ଣବିଦ୍ଵେଷର ଶିକାର, ମରଣାନ୍ତକ ଆକ୍ରମଣ କଲେ ୫ ଜଣିଆ ଗ୍ୟାଙ୍ଗ –

ସମାଜ ଡିଜିଟାଲ ଡେସ୍କ: ଆୟର୍ଲାଣ୍ଡରେ ଜଣେ ୬ ବର୍ଷୀୟା ନାବାଳିକା ବର୍ଣ୍ଣବିଦ୍ଵେଷର ଶିକାର ହୋଇଛି। ଏକ ୫ ଜଣିଆ ଗ୍ୟାଙ୍ଗ ନାବାଳିକାଙ୍କୁ ମରଣାନ୍ତକ ଆକ୍ରମଣ କରିଛି। ଅଭିଯୁକ୍ତମାନଙ୍କ ବୟସ ୮ରୁ ୧୪ ବର୍ଷ ମଧ୍ୟରେ ହେବ। ନାବାଳିକାଙ୍କ ବର୍ଣ୍ଣକୁ ନେଇ ତାଙ୍କୁ ‘ଡାର୍ଟି ଇଣ୍ଡିଆନ’ ବା ଅପରିଷ୍କାର ଭାରତୀୟ ବୋଲି କହି ସେମାନେ ଆକ୍ରମଣ କରିଥିଲେ।

ନାବାଳିକାଙ୍କ ମା’ଙ୍କ ଘର କେରଳର କୋଟ୍ଟାୟମରେ। ସେ ୮ବର୍ଷ ତଳେ ନର୍ସ ଭାବେ କାର୍ଯ୍ୟ କରିବାକୁ ଆୟର୍ଲାଣ୍ଡ ଯାଇଥିଲେ। ସେଠାରେ ଜଣେ ଭାରତୀୟ ନାଗରିକଙ୍କୁ ବିବାହ କରିଥିଲେ। ସେମାନେ ସପରିବାର ଓ୍ବାଟରଫୋର୍ଡ ସହରରେ ରୁହନ୍ତି।

– Advertisement –

ଦୁଇ ଦିନ ତଳେ ନାବାଳିକା ଜଣକ ଘର ବାହାରେ ଖେଳୁଥିଲେ। ଏହି ସମୟରେ ୫ ଜଣ ପିଲା ଆସି ତାଙ୍କୁ ଗାଳିଗୁଲଜ କରିବା ସହିତ ନିସ୍ତୁକ ମାଡ଼ ମାରିଥିଲେ। ଏପରି କି ସାଇକେଲ ଜରିଆରେ ଆଘାତ ଦେଇଥିଲେ। ପାଟି ଶୁଣି ପରିବାର ଲୋକେ ବାହାରକୁ ଚାଲିଆସିବାରୁ ଅଭିଯୁକ୍ତମାନେ ସେଠାରେ ପଳାଇଥିଲେ। ଏ ନେଇ ଅଭିଯୋଗ ହେବା ପରେ ପୁଲିସ ତଦନ୍ତ ଚଳାଇଛି।

Leave A Reply

Your email address will not be published.