Jai Odisha
News

ଆଜିର ଦିନଟି ଆପନଣଙ୍କର କେମିତି କଟିବ, ଆସନ୍ତୁ ଜାଣିବା…. –

ମେଷ : ଆଜି ଚନ୍ଦ୍ରଙ୍କ ପ୍ରଭାବରୁ ଦୂର ଯାତ୍ରା କରି ସଫଳ ହେବେ। ବାଧା ସତ୍ୱେ କାର୍ଯ୍ୟରେ ଅଗ୍ରଗତି ହେବେ। ପରକୁ ସାହାଯ୍ୟ କରିବେ। ଅପଦସ୍ତ ହେବେ। ଧନ ସଂଚୟ କରିପାରନ୍ତି।

ବୃଷ : ବୃହସ୍ପତିଙ୍କ ପ୍ରଭାବରୁ ମନ ଦୁର୍ବଳ ହେବ। ଭାତୃ ବିବାଦ ଯୋଗୁଁ ଅଶାନ୍ତି ଉପୁଜିବ। ଶତ୍ରୁ କବଳରୁ ରକ୍ଷା ପାଇବେ। ସୁସ୍ୱାଦ ଖାଦ୍ୟ ପାଇ ଖୁସିହେବେ। ପରିବାରରେ ଅଶାନ୍ତି ଲାଗି ରହିବ।

ମିଥୁନ : ଆଜି ସକାଳୁ ସକାଳୁ ବନ୍ଧୁ ସହଯୋଗରେ ଖୁସି ହେବେ। ପୈତୃକ ସମ୍ପତି ଭାଗ ବଂଟନ ହେବ। ଆମୋଦ ପ୍ରମୋଦରେ ଦିନ କଟିବ। ସାମାନ୍ୟ ଅସୁସ୍ଥତା ଭୋଗି ପାରନ୍ତି।

କର୍କଟ : ପରର ଉଦ୍ଧାର ସୁଜିବାକୁ ଚେଷ୍ଟା କରିବେ। ଅନ୍ୟମନସ୍କତା ହେତୁ କ୍ଷତି ସହିବେ। କାର୍ଯ୍ୟ ସିଦ୍ଧି ପାଇଁ ଲାଗି ପଡ଼ିବେ। ଅର୍ଥଲାଭର ଅଶା ଅଛି। ବିଶୃଙ୍ଖଳା ଦୂରେଇଯିବ।

ସିଂହ : ନୂତନ କର୍ମରେ ମନଦେବେ। ନିଜର ଭାବି କାର୍ଯ୍ୟ କରିବେ। ପ୍ରିୟଜନଙ୍କ ସାହାଯ୍ୟ ପାଇବେ। ପଡ଼ୋଶୀଙ୍କ ସହ ମନୋମାଲିନ୍ୟ ଘଟିବ।

କନ୍ୟା : ଆଜି ନୂତନ ସ୍ଥାନ ଭ୍ରମଣ କରିପାରନ୍ତି। କ୍ଳାନ୍ତି ଅନୁଭବ କରିବେ। କାର୍ଯ୍ୟ ପରିବର୍ତନ ଘଟିବ। ବ୍ୟୟ ବୃଦ୍ଧି ହେତୁ ଚିନ୍ତିତ ହେବେ। ମନ ଦୁର୍ବଳ ରହିବ।

ତୁଳା : ମାନସିକ ଉଦବେଗ ହେବ। ସହଯୋଗ ମିଳିବ ନାହିଁ। ବହୂ ଭ୍ରମଣ କରିବେ। ଧନ ଲାଭ କରିପାରନ୍ତି। କର୍ମକ୍ଷେତ୍ରରେ ସଫଳ ହେବେ। ଦୂରଯାତ୍ରା କରିପାରନ୍ତି।

ବିଛା : ଆଜି ବ୍ୟବସାୟ ଭଲରେ ଚାଲିବ। ଦେହ ସୁସ୍ଥ ରହିବ। ଅଭାବ ହେତୁ କଷ୍ଟ ଭୋଗିବେ। ମନ୍ଦ କାର୍ଯ୍ୟରୁ କ୍ଷତି ସହିବେ। ବ୍ୟସ୍ତତା ବଢ଼ିବ। କାର୍ଯ୍ୟ ହାନି ଘଟିବ।

ଧନୁ : ଆଜି ସକାଳୁ ସକାଳୁ ମିତ୍ର ଲାଭ ଯୋଗ ଅଛି। ଦୂରଯାତ୍ରା କରିପାରନ୍ତି। ଲକ୍ଷ ପୂରଣ ହେବ। ଲୋକ ସମ୍ପର୍କ ବଢ଼ିବ। ମାଙ୍ଗଳିକ କାର୍ଯ୍ୟରେ ଯୋଗ ଦେବେ।

ମକର : ଅଧିକାରୀ ହୋଇପାରନ୍ତି। ମନ ଅସ୍ଥିର ରହିବ। ବ୍ୟାକୁଳତା ବଢ଼ିପାରେ। କାର୍ଯ୍ୟରେ ବାଧା ଉପୁଜିବ। ଦୂର ସମ୍ପର୍କ ଉପକୃତ ହେବେ। ଦେବଦର୍ଶନରେ ଆନନ୍ଦ ପାଇବେ।

କୁମ୍ଭ : ପରିସ୍ଥିତି ଆୟତରେ ରହିବ। ନିଜ କାର୍ଯ୍ୟରେ ଲାଗି ରହିବେ। ଅଭାବରେ ପଡ଼ିପାରନ୍ତି। ମଧ୍ୟମ ଫଳ ପ୍ରାପ୍ତି ହୋଇପାରେ।

ମୀନ : ଆଜି ଆୟ ବୃଦ୍ଧି ଘଟିବ। ଅନିଶ୍ଚତା ଅନୁଭବ କରିବେ। ଅଯଥା ହନ୍ତସନ୍ତ ହୋଇପାରନ୍ତି। ଯାତ୍ରାଦିରେ ଲାଭବାନ ହେବେ। ସମୟ ଅନୁକୂଳ ରହିବ। ଜଞ୍ଜାଳ ଦୂରେଇଯିବ। ପ୍ରଗତିଶୀଳ ହେବେ। ଅଭାବ ଅନଟନ ଦୂରେଇଯିବ।

The post ଆଜିର ଦିନଟି ଆପନଣଙ୍କର କେମିତି କଟିବ, ଆସନ୍ତୁ ଜାଣିବା…. appeared first on .

Leave A Reply

Your email address will not be published.