Jai Odisha
News

ବୃଦ୍ଧାଙ୍କୁ ପଥରେରେ ଛେଚି ହତ୍ୟା ଅଭିଯୋଗ  –

ରାଇରଙ୍ଗପୁର: ରାଇରଙ୍ଗପୁରରେ ଅଭବନୀୟ ଘଟଣା। ବୃଦ୍ଧାଙ୍କୁ ପଥରେରେ ଛେଚି ହତ୍ୟା କରାଯାଇଥିବା ଅଭିଯୋଗ ଆସିଛି। ଅଭିଯୋଗ ଅନୁଯାୟୀ ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ବଣକାଟି ଗ୍ରାମରେ ଗତରାତିରେ ସର୍ଗତଃ ସବାନ ସିଂଙ୍କ ବୃଦ୍ଧା ସ୍ତ୍ରୀ ପୁର୍ଣିମା ସିଂ ଓ ତାଙ୍କ ପରିବାରର ଅନ୍ୟ ସଦସ୍ୟମାନେ ଭିନ୍ନଭିନ୍ନ ଶୋଇବା ଗୃହରେ ସୋଇଥିଲେ। ରାତିରେ ଅଜଣା ଦୁର୍ବୃତ୍ତମାନେ ସମସ୍ତ ଗୃହକୁ ବାହାର ପୋଟୁ ବନ୍ଦ କରିବା ପରେ ପୂର୍ଣିମା ଶୋଇଥିବା ଗୃହକୁ ତାଙ୍କୁ ପଥରରେ ଛେଚି ହତ୍ୟା କରି ଫେରାର ହୋଇଯାଇଥିଲେ। ପରିବାର ଲୋକେ ପୋଡ଼ଶୀଙ୍କୁ ଡାକି କବାଟ ଖୋଲା କରାଇବା ପରେ ଦେଖିବାକୁ ପାଇଲେ ଯେ ପୂର୍ଣିମାଙ୍କ ଶବ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଚଟାଣରେ ପଡ଼ି ରହିଛି। ଆଜି ସକାଳୁ ପରିବାର ଲୋକେ ଗ୍ରାମାଞ୍ଚଳ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗ ପାଇବା ପରେ ବାରିପଦାରୁ ସାଇଣ୍ଟିଫିକ୍ଟ ଟିମ୍ ଓ ଗ୍ରାମାଞ୍ଚଳ ଥାନା ପୁଲିସ୍ ଘଟଣାସ୍ଥଳରେ ପହଂଚି ତଦନ୍ତ କରିବା ପରେ ଶବକୁ ରାଇରଙ୍ଗପୁରରେ ବ୍ୟବଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି। ତେବେ ହତ୍ୟାର କାରଣ ଅସ୍ପଷ୍ଟ ଥିବା ବେଳେ ଜମିଜମା ବିବାଦ କିମ୍ବା ଗୁଣି ଗାରେଡ଼ିକୁ ନେଇ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି। ଏନେଇ ପୋଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଜାରି ରଖିଛନ୍ତି।

Leave A Reply

Your email address will not be published.