Jai Odisha
News

ବିଶ୍ୱ ଦକ୍ଷତା କେନ୍ଦ୍ରରେ ୨୦୨୫-୨୬ ସେପେଫମ୍ବର ସେସନରେ ନାମଲେଖା ଲାଗି ଅନ୍‌ଲାଇନ୍‌ ଆବେଦନ ଜାରି –

ଅନ୍‌ଲାଇନ୍‌ ଆବେଦନର ଶେଷ ତାରିଖ ସେପେଫମ୍ବର ୧

ଭୁବନେଶ୍ୱର:  ଭୁବନେଶ୍ୱରସ୍ଥିତ ବିଶ୍ୱ ଦକ୍ଷତା କେନ୍ଦ୍ରରେ ୨୦୨୫-୨୬ ସେପେଫମ୍ବର ସେସନରେ ନାମଲେଖା ପାଇଁ ଅନ୍‌ଲାଇନ୍‌ ଆବେଦନ ପ୍ରକ୍ରିୟା ଜାରି ରହିଛି । ବିଭିନ୍ନ ବୃତ୍ତିଗତ ପାଠ୍ୟକ୍ରମରେ ତାଲିମ ନେବା ଲାଗି ଆଗ୍ରହୀ ପ୍ରାର୍ଥୀମାନେ ୨୦୨୫ ସେପେଫମ୍ବର ୧ ତାରିଖ ସୁଦ୍ଧା ଆବେଦନ କରିବାକୁ ବିଶ୍ୱ ଦକ୍ଷତା କେନ୍ଦ୍ର ପକ୍ଷରୁ ଅନ୍‌ଲାଇନ୍‌ ଦରଖାସ୍ତ ଆହ୍ୱାନ କରାଯାଉଛି । ଆଗ୍ରହୀ ପ୍ରାର୍ଥୀମାନେ ବିଶ୍ୱ ଦକ୍ଷତା କେନ୍ଦ୍ରର େୱବସାଇଟ www.worldskillcenter.org ମାଧ୍ୟମରେ ଆବେଦନ କରିପାରିବେ । ଏ ବିଷୟରେ ଅଧିକ ଜାଣିବା ପାଇଁ ୧୮୦୦ ୨୬୬ ୬୦୦୨ ଟୋଲ ଫ୍ରି ନମ୍ବରରେ ଯୋଗାଯୋଗ କରିବାକୁ ବିଶ୍ୱ ଦକ୍ଷତା କେନ୍ଦ୍ର ପକ୍ଷରୁ ଅନୁରୋଧ କରାଯାଇଛି ।

ବିଶ୍ୱ ଦକ୍ଷତା କେନ୍ଦ୍ର ହେଉଛି ଭାରତର ଏକ ପ୍ରମୁଖ ଦକ୍ଷତା ବିକାଶ କେନ୍ଦ୍ର । ଓଡ଼ିଶା ଦକ୍ଷତା ବିକାଶ ପ୍ରାଧୀକରଣଙ୍କ ଦ୍ୱାରା ପରିଚାଳିତ ସ୍କିଲï ଇନ ଓଡ଼ିଶା କାର୍ଯ୍ୟକ୍ରମ ତଥା ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ଅଧୀନରେ ଏହି କେନ୍ଦ୍ର ସ୍ଥାପନ କରାଯାଇଛି । ଏଠାରେ ‘ସ୍କୁଲ ଅଫ୍‌ ଇଞ୍ଜିନିୟରିଂ’ ଓ ‘ସ୍କୁଲ ଅଫ୍‌ ସର୍ଭିସେସ୍‌’ ବିଭାଗ ଅଧୀନରେ ମୋଟ ୭ଟି ବୃତ୍ତିଗତ ବିଷୟରେ ଛାତ୍ରଛାତ୍ରୀମାନଙ୍କୁ ଫିନିସିଙ୍ଗ ସ୍କୁଲ ଢାଞ୍ଚାରେ ତାଲିମ ଦିଆଯାଇ ଦେଶ ବିଦେଶର ଶିଳ୍ପ କ୍ଷେତରେ ନିଯୁକ୍ତି ଲାଗି ପ୍ରସ୍ତୁତ କରାଯାଉଛି । ଏହି ପାଠ୍ୟକ୍ରମର ଅବଧି ୧ ବର୍ଷ ରହିଛି । ସ୍କୁଲ ଅଫ୍‌ ଇଞ୍ଜିନିୟରିଂ ବିଭାଗ ଅଧୀନରେ ମେକାଟ୍ରୋନିକ୍ସ, ଇଲେକଫି୍ରିକାଲ ଟେକ୍ନୋଲୋଜି, ମେକାନିକାଲ ଆଣ୍ଡ୍‌ ଇଲେକଫି୍ରିକାଲ ସର୍ଭିସେସ, ଏୟାର କଣ୍ଡିସନିଂ ଆଣ୍ଡ୍‌ ରେଫ୍ରିଜରେସନ, ଭର୍ଟିକାଲ ଟ୍ରାନ୍ସପୋର୍ଟେସନ ଏବଂ ପ୍ରିସିସନ ଇଞ୍ଜିନିୟରିଂ ଭଳି ୫ଟି ବୃତ୍ତିଗତ ପାଠ୍ୟକ୍ରମରେ ନାମଲେଖା ପାଇଁ ଆବେଦନ ଗ୍ରହଣ କରାଯାଉଛି । ଏଥିପାଇଁ ଆଗ୍ରହୀ ପ୍ରାର୍ଥୀ କୌଣସି ସରକାରୀ ବା ଘରୋଇ ଅନୁଷ୍ଠାନରୁ ଯେ କୌଣସି ବିଷୟରେ ୨ ବର୍ଷିଆ ଆଇଟିଆଇ ବା ୩ ବର୍ଷିଆ ଡିପ୍ଲୋମା କରିଥିବା ଆବଶ୍ୟକ । ସେହିପରି ‘ବ୍ୟୁଟି ଆଣ୍ଡ େୱଲନେସ୍‌’ ପାଠ୍ୟକ୍ରମ ପାଇଁ ପ୍ରାର୍ଥୀ ଯୁକ୍ତ ୨ କିମ୍ବା ସଂପୃକ୍ତ ବିଷୟରେ ଆଇଟିଆଇ ଓ କୌଣସି ବିଷୟରେ ଡିପ୍ଲୋମା କରିଥିବା ଆବଶ୍ୟକ ।

ବିଶ୍ୱ ଦକ୍ଷତା କେନ୍ଦ୍ରରେ ବିଭିନ୍ନ ବୃତ୍ତିଗତ ପାଠ୍ୟକ୍ରମ ପାଇଁ ଅନ୍ୟ ରାଜ୍ୟର ପ୍ରାର୍ଥୀମାନେ ମଧ୍ୟ ଆବେଦନ କରିପାରିବେ । ସେମାନଙ୍କ ପାଇଁ ୧୦ ପ୍ରତିଶତ ପର୍ଯ୍ୟନ୍ତ ସିଟ୍‌ ସଂରକ୍ଷଣ ବ୍ୟବସ୍ଥା କରାଯାଇଛି । ବିଶ୍ୱ ଦକ୍ଷତା କେନ୍ଦ୍ରରେ ଅନ୍ତର୍ଜାତୀୟ ଢାଞ୍ଚାର ପାଠ୍ୟକ୍ରମ ସହ ଆବଶ୍ୟକ ଭିତ୍ତିଭୂମି ଓ ଅତ୍ୟାଧୁନିକ ଲାବୋରେଟୋରି ରହିଛି । ତା’ ସହ ବିଶ୍ୱ୍‌ ଦକ୍ଷତା କେନ୍ଦ୍ରରେ ବିଷୟଗତ ପାଠ୍ୟକ୍ରମ ଛଡ଼ା ଜୀବିକାନିର୍ବାହ ଏବଂ ନିଯୁକ୍ତିଭିତ୍ତିକ ଦକ୍ଷତା ତାଲିମ ଅଧୀନରେ ଯୋଗାଯୋଗ, ନେତୃତ୍ୱ ଓ ବ୍ୟକ୍ତିତ୍ୱ ବିକାଶ ଏବଂ ଡିଜିଟାଲ ସାକ୍ଷରତା ଆଦି ଉପରେ ପ୍ରଶିକ୍ଷଣ ଦିଆଯାଉଛି । ସେହିପରି ଛାତ୍ରଛାତ୍ରୀଙ୍କ ରହିବା ଲାଗି ହଷ୍ଟେଲ, ଖାଇବା ବ୍ୟବସ୍ଥା, ୟୁନିଫର୍ମ ଏବଂ ଯିବା ଆସିବା ଲାଗି ବସ୍‌ ସୁବିଧା ଆଦି ମାଗଣାରେ ଦିଆଯାଉଛି । ଶିକ୍ଷା ଓ ତାଲିମ ଶେଷ ହେବା ପରେ ଛାତ୍ରଛାତ୍ରୀମାନେ କିପରି ଦେଶ ବିଦେଶର ବିଭିନ୍ନ ପ୍ରମୁଖ ସଂସ୍ଥାରେ ନିଯୁକ୍ତି ପାଇପାରିବେ ସେଥିପାଇଁ ‘ପ୍ଲେସମେଣ୍ଟ’ ଉପରେ ବିଶେଷ ଗୁରୁତ୍ୱ ଦିଆଯାଉଛି ।

Leave A Reply

Your email address will not be published.