Jai Odisha
News

ସିକଲ୍ ସେଲ୍ ଏବଂ ଥାଲାସେମିଆ ପରିଚାଳନା ବୈଠକ –

ଭୁବନେଶ୍ୱର: ସିକଲ୍ ସେଲ୍ ଏବଂ ଥାଲାସିମିଆ ପରିଚାଳନା ବୈଠକ କମିଶନର ତଥା ଶାସନ ସଚିବ ଅସ୍ବତୀ ଏସ.ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେଇଛି । ବୈଠକରେ ରାଜ୍ୟରେ ସିକଲ୍ ସେଲ୍ ଓ ଥାଲାସିମିଆର ବର୍ତ୍ତମାନ ସ୍ଥିତି, ପ୍ରାରମ୍ଭିକ ସନ୍ଧାନ, ପ୍ରତିରୋଧୀମୂଳକ ବ୍ୟବସ୍ଥା, ଚିକିତ୍ସା ସୁବିଧା ଓ ରୋଗୀ ସେବା ସମ୍ପର୍କରେ ସମୀକ୍ଷା କରାଯାଇଛି । ଏହି ବୈଠକରେ ସ୍କ୍ରିନିଂ ପ୍ରୋଗ୍ରାମ୍, ଜିନେଟିକ କାଉନସିଲିଙ୍ଗ, ନିଦାନ ସୁବିଧା ବାବଦରେ ଆଲୋଚନା କରାଯାଇଛି । ଏନ୍ଏଚ୍‌ଏମ୍ ମିଶନ୍ ଡିରେକ୍ଟର୍ ଡ଼. ବୃଦ୍ଧା ଡି. ପିପିଟି ପ୍ରେଜେଣ୍ଟେସନ ମାଧ୍ୟମରେ ବିସ୍ତ୍ରୁତ ବିବରଣୀ ପ୍ରଦାନ କରିଥିଲେ ।

ଓଡ଼ିଶାର ୨୧ଟି ଜିଲ୍ଲା, ଯଥା- ଅନୁଗୁଳ, ବଲାଙ୍ଗିର, ବାଲେଶ୍ୱର, ବରଗଡ଼, ବୌଦ୍ଧ, ଦେବଗଡ଼, ଗଜପତି, ଗଞ୍ଜାମ, ଝାରସୁଗୁଡ଼ା, କଳାହାଣ୍ଡି, କନ୍ଧମାଳ, କେନ୍ଦୁଝର, କୋରାପୁଟ, ମଲ୍କାନଗିରି, ମୟୂରଭଞ୍ଜ, ନବରଙ୍ଗପୁର, ନୂଆପଡା, ରାୟଗଡା, ସମ୍ବଲପୁର, ସୁବର୍ଣ୍ଣପୁର ଓ ସୁନ୍ଦରଗଡ଼କୁ ଜାତୀୟ ସିକେଲ ସେଲ ଆନିମିଆ ନିରାକରଣ ମିଶନ୍ ଅନ୍ତର୍ଗତ କରାଯାଇଛି । ଏହି ଜିଲ୍ଲାଗୁଡ଼ିକରେ ବିଭିନ୍ନ ମାଧ୍ୟମରେ ସିକେଲ ସେଲ ପରୀକ୍ଷା ସୁବିଧା ଯୋଗାଇଦିଆଯାଉଛି ।

ବିଦ୍ୟାଳୟ ଓ ଆଙ୍ଗନବାଡ଼ି କେନ୍ଦ୍ର ସ୍ତରରେ ଜନ୍ମଠୁ ୧୮ ବର୍ଷ ଅବଧିର ଶିଶୁମାନଙ୍କୁ RBSK ଟିମ୍ ଦ୍ୱାରା ସ୍କ୍ରିନିଂ ଏବଂ ଗର୍ଭବତୀ ମହିଳାମାନଙ୍କୁ ଆନ୍ଟିନେଟାଲ୍ କେୟାର ସମୟରେ ସ୍କ୍ରିନିଂ କରାଯାଉଛି । ଆଦିବାସୀ ଅଞ୍ଚଳରେ, ମୋବାଇଲ୍ ହେଲ୍ଥ୍ ୟୁନିଟ୍ ମାଧ୍ୟମରେ ପରୀକ୍ଷା ସୁବିଧା ଯୋଗାଇଦିଆଯାଉଛି । ସହର ଅଞ୍ଚଳରେ, ଆୟୁଷ୍ମାନ୍ ଆରୋଗ୍ୟ ମନ୍ଦିର ଏବଂ ସ୍ୱାସ୍ଥ୍ୟ କେନ୍ଦ୍ର ସ୍ତରରେ ପରୀକ୍ଷା ସୁବିଧା କରାଯାଇଛି । କାର୍ଯ୍ୟକ୍ରମ ଆରମ୍ଭ (ଜୁଲାଇ ୨୦୨୩) ଠାରୁ ୨୦୨୫-୨୬ ଅବଧି ପର୍ଯ୍ୟନ୍ତ ୪୬.୬୫ ଲକ୍ଷ ପରୀକ୍ଷା କରାଯାଇଛି । ଏଥିରୁ ୯୭,୫୦୧ ଜଣ ସିକେଲ ସେଲ ପରୀକ୍ଷା ପୋଜିଟିଭ ଚିହ୍ନିତ ହୋଇଛି । ଚିହ୍ନିତ ରୋଗୀମାନଙ୍କୁ ସରକାରୀ ହସ୍ପିଟାଲ୍‌ରେ ଆବଶ୍ୟକୀୟ ଚିକିତ୍ସା ଯୋଗାଇ ଦିଆଯାଉଛି ।

ଉଲ୍ଲେଖ ଯୋଗ୍ୟ ଯେ, ପ୍ରତ୍ୟେକ ପଞ୍ଜିକୃତ ସିକେଲ ସେଲ ରୋଗୀଙ୍କୁ ଯାତାୟାତ ଖର୍ଚ୍ଚ ପାଇଁ ତାଙ୍କର ବ୍ୟାଙ୍କ ଖାତାକୁ ପ୍ରତିମାସ ପାଞ୍ଚ ଶହ ଟଙ୍କା ଏବଂ ମାଗଣା ରକ୍ତ ଯୋଗାଇଦିଆଯାଉଛି । ବ୍ଲଡ୍ ପ୍ୟାକ୍ ସର୍ଭିସ୍ ଚାର୍ଜରୁ ସେମାନଙ୍କୁ ମୁକ୍ତ କରାଯାଇଛି । ସରକାରୀ ହସ୍ପିଟାଲ୍‌ରେ ମାଗଣା ଔଷଧ ଦିଆଯାଉଛି । ୧୨ ବର୍ଷରୁ କମ୍ ବୟସର ଶିଶୁମାନଙ୍କ ପାଇଁ ବୋନ୍ ମାରୋ ଟ୍ରାନ୍ସପ୍ଲାଣ୍ଟ ପାଇଁ ସର୍ବୋଚ୍ଚ ୧୦ ଲକ୍ଷ ଟଙ୍କା ଅର୍ଥ ସାହାଯ୍ୟ ଯୋଗାଇଦିଆଯାଉଛି । ସଭାରେ ସ୍ଵତନ୍ତ୍ର ସଚିବ ଡା. ବିଜୟ ମହାପାତ୍ର, ସ୍ଵତନ୍ତ୍ର ସଚିବ ଶ୍ରୀମତୀ ସ୍ମିତା ବିଶ୍ୱାଳ, ଡା. ଜିତେନ୍ଦ୍ର ବେବର୍ତା, ନିର୍ଦ୍ଦେଶକ ଡା. ବିଶ୍ୱମୋହନ ମିଶ୍ର, ଯୁଗ୍ମ ସଚିବ ଶ୍ରୀକାନ୍ତ ମାଝି ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.