ଓଟିଇଟି ପ୍ରଶ୍ନପତ୍ର ଲିକ୍ ମାମଲା: ବୋର୍ଡ ଉପସଭାପତି ଗିରଫ –

ଭୁବନେଶ୍ୱର: ବୋର୍ଡ ଉପସଭାପତି ନିହାର ରଞ୍ଜନ ମହାନ୍ତି ଗିରଫ । ଓଟିଇଟି ପ୍ରଶ୍ନପତ୍ର ଲିକ୍ ମାମଲାରେ ଗିରଫ କଲା କ୍ରାଇମବ୍ରାଞ୍ଚ । କାଲି ଅଫିସ୍କୁ ଡାକି ନିହାରଙ୍କୁ ଜେରା କରିଥିଲା କ୍ରାଇମବ୍ରାଞ୍ଚ । ଉପସଭାପତି ନିହାରଙ୍କ ଲାପଟପ୍କୁ ଓଟିଇଟି ପ୍ରଶ୍ନପତ୍ର ଆସିଲା କିପରି ତାହାକୁ ନେଇ ଖୋଳତାଡ କରୁଥିଲା କ୍ରାଇମବ୍ରାଞ୍ଚ। ପୂର୍ବରୁ ଲିକ ମାମଲାରେ ୭ଜଣ ବନ୍ଧା ହୋଇଛନ୍ତି।