Jai Odisha
News

୨୦୨୫ ଏସିଆ କପ୍ ପାଇଁ ଟିମ୍ ଇଣ୍ଡିଆ ଘୋଷଣା କଲା ବିସିସିଆଇ |

ନୂଆଦିଲ୍ଲୀ: ୨୦୨୫ ଏସିଆ କପ୍ ପାଇଁ ଟିମ୍ ଇଣ୍ଡିଆ ଘୋଷଣା କରାଯାଇଛି। ସୂର୍ଯ୍ୟକୁମାର ଯାଦବ ଦଳର ଅଧିନାୟକ ହେବେ। ସେହିଭଳି ଶୁଭମନ ଗିଲଙ୍କୁ ଉପ-ଅଧିନାୟକ ଭାବରେ ନିଯୁକ୍ତ କରାଯାଇଛି। ଏହା ପୂର୍ବରୁ ଅକ୍ସର ପଟେଲ ଦଳର ନେତୃତ୍ୱ ନେଉଥିଲେ। ଜସପ୍ରିତ ବୁମରାହ ଏସିଆ କପରେ ଟିମ୍ ଇଣ୍ଡିଆର ମୁଖ୍ୟ ବୋଲର ଭୂମିକାରେ କାର୍ଯ୍ୟ କରିବେ। ଧଳା ବଲ୍ ଫର୍ମାଟରେ ନିରନ୍ତର ଚମତ୍କାର ପ୍ରଦର୍ଶନ କରୁଥିବା ଶ୍ରେୟସ ଆୟରଙ୍କୁ ଦଳରେ ସ୍ଥାନ ମିଳିନାହିଁ ଏବଂ ମହମ୍ମଦ ସିରାଜଙ୍କୁ ମଧ୍ୟ ବାଦ ଦିଆଯାଇଛି।

ଏସିଆ କପ୍ ପାଇଁ ଭାରତୀୟ ଦଳ: ସୂର୍ଯ୍ୟକୁମାର ଯାଦବ (ଅଧିନାୟକ), ଶୁଭମନ ଗିଲ୍ (ଉପ-ଅଧିନାୟକ), ଅଭିଷେକ ଶର୍ମା, ତିଲକ ବର୍ମା, ହାର୍ଦ୍ଦିକ ପାଣ୍ଡ୍ୟା, ଶିବମ ଦୁବେ, ଅକ୍ସର ପଟେଲ, ଜିତେଶ ଶର୍ମା (ୱିକେଟକିପର), ଜସପ୍ରିତ ବୁମରାହ, ଅର୍ଶଦୀପ ସିଂହ, ବରୁଣ ଚକ୍ରବର୍ତ୍ତୀ, କୁଲଦୀପ ଯାଦବ, ସଞ୍ଜୁ ସାମସନ (ୱିକେଟକିପର), ହର୍ଷିତ ରାଣା, ରିଙ୍କୁ ସିଂହ।

Leave A Reply

Your email address will not be published.