ପ୍ରଶାସନ ଓ ନାଗରିକ ଏକାଦାଶ ମଧ୍ୟରେ ବନ୍ଧୁତ୍ୱପୁର୍ଣ୍ଣ କ୍ରିକେଟ ମ୍ୟାଚ –

ସମ୍ବଲପୁର: ସ୍ୱାଧୀନତା ଦିବସରେ ସମ୍ବଲପୁରର ପ୍ରଶାସନ ଏକାଦଶ ଓ ନାଗରିକ ଏକାଦଶ ମଧ୍ୟରେ ଏକ ବନ୍ଧୁତ୍ବପୂର୍ଣ୍ଣ କ୍ରିକେଟ ମ୍ୟାଚ ୪ସି ପଡିଆଠାରେ ଆୟୋଜିତ ହୋଇଯାଇଛି। ଏହି ଅବସରରେ ରାଜ୍ୟ ସରକାରଙ୍କ ରାଜସ୍ବ ଓ ବିପର୍ଯ୍ୟୟ ମନ୍ତ୍ରୀ ସୁରେଶ ପୂଜାରୀ ମୁଖ୍ୟଅତିଥି ରୂପେ ଯୋଗଦେଇ ଦୁଇ ଦଳକୁ ଶୁଭେଚ୍ଛା ଜଣାଇଥିଲେ। ମନ୍ତ୍ରୀ କହିଥିଲେ ଯେ, ସମ୍ବଲପୁରର ଏହା ଏକ ନିଆରା ପରମ୍ପରା। ଅନେକ ବର୍ଷ ହେଲା ଜିଲା ପ୍ରଶାସନ ସହିତ ନାଗରିକଙ୍କର କେମିତି ଏକ ସୁନ୍ଦର ଭାବ ବିନିମୟ ହେବ ଏବଂ ଗୋଟେ ସୌହାର୍ଦ୍ଦ୍ୟପୂର୍ଣ୍ଣ ବାତାବରଣ ବଜାୟ ରହିବ ସେଥିପାଇଁ ବିଭିନ୍ନ ବିଶେଷ ଦିନରେ ବନ୍ଧୁତ୍ୱପୂର୍ଣ୍ଣ କ୍ରିକେଟ ମ୍ୟାଚ ଓ ଫୁଟବଲ ମ୍ୟାଚ ଆୟୋଜନ କରାଯାଇଥାଏ। ମନ୍ତ୍ରୀ ବ୍ୟାଟିଂ କରି ମ୍ୟାଚକୁ ଉଦଘାଟନ କରିଥିଲେ।
ନାଗରିକ ଏକାଦଶର ଅଧିନାୟକ ସୁଧୀର ବହିଦାର ଓ ପ୍ରଶାସନ ଏକାଦଶର ଅଧିନାୟକ ଅତିରିକ୍ତ ଜିଲାପାଳ ସୁଧାଂଶୁ ଭୋଇ ନିଜ ନିଜ ଦଳର ଖେଳାଳିଙ୍କ ସହ ମୁଖ୍ୟଅତିଥି ମନ୍ତ୍ରୀ ଶ୍ରୀ ପୂଜାରୀ, ସମ୍ମାନିତ ଅତିଥି ଜିଲାପାଳ ସିଦ୍ଧେଶ୍ବର ଵଳିରାମ ବୋନ୍ଦର, ଜିଲା ଆରକ୍ଷୀ ଅଧୀକ୍ଷକ ମୁକେଶ କୁମାର ଭାମୁ ଓ ମହାନଗର ନିଗମର ଆୟୁକ୍ତ ରୋହନ କ୍ଷେତ୍ରୀଙ୍କୁ ପରିଚିତ କରାଇଥିଲେ।
– Advertisement –
ପ୍ରଥମେ ବ୍ୟାଟିଂ କରି ନାଗରିକ ଏକାଦଶ ୧୦ ଓଭରରେ ୧୧୮ ରନ କରିଥିବା ବେଳେ ପ୍ରଶାସନ ଏକାଦଶ ନିର୍ଦ୍ଧାରିତ ୧୦ ଓଭରରେ ୧୧୮ ରନ କରି ଅଲଆଉଟ ହୋଇଯାଇଥିଲେ। ଫଳରେ ଅମ୍ପାୟାର ସୁରଜ ବାଗ ମ୍ୟାଚକୁ ଡ୍ର ଘୋଷଣା କରିଥିଲେ। ଶେଷରେ ବିନା ହାର ଜିତରେ ଶେଷ ହୋଇଥିବା ମ୍ୟାଚ ରେ ପ୍ରଶାସନ ଏକାଦଶ ନାଗରିକ ଏକାଦଶ କ ବିଜେତା ଟ୍ରଫି ପ୍ରଦାନ କରିବା ସହ ବନ୍ଧୁତ୍ୱ ଭାବର ପରିପ୍ରକାଶ କରିଥିଲେ।