ଜର୍ମାନୀରେ ଅନୁଷ୍ଠିତ ବିଶ୍ବବିଦ୍ୟାଳୟ କ୍ରୀଡ଼ା ପ୍ରତିଯୋଗିତା: ପଦକ ହାସଲ କଲେ କିଟ୍ ର ୬ ଖେଳାଳି |

ଭୁବନେଶ୍ଵର: ଜର୍ମାନୀରେ ଅନୁଷ୍ଠିତ ବିଶ୍ବବିଦ୍ୟାଳୟ କ୍ରୀଡ଼ା ପ୍ରତିଯୋଗିତାରେ କିଟ୍ ବିଶ୍ବବିଦ୍ୟାଳୟର ୧୧ଜଣ ଖେଳାଳି ଅଂଶଗ୍ରହଣ କରିବା ସହ ୬ଜଣ ପଦକ ହାସଲ କରିଛନ୍ତି। ଆଜି କିଟ୍ ପକ୍ଷରୁ ଏହି ଖେଳାଳିମାନଙ୍କୁ ସମ୍ବର୍ଦ୍ଧନା ଦିଆଯାଇଛି। ପ୍ରତ୍ୟେକ କ୍ରୀଡ଼ାବିତଙ୍କୁ କିଟ୍ ଓ କିସ୍ ପକ୍ଷରୁ ୩ ଲକ୍ଷ ଟଙ୍କାର ପ୍ରୋତ୍ସାହନ ରାଶି ପ୍ରଦାନ କରାଯାଇଛି। ସେହିପରି କାଂସ୍ୟପଦକ ଜିତିଥିବା ପ୍ରତ୍ୟେକ ଖେଳାଳିଙ୍କୁ ୧ ଲକ୍ଷ ଟଙ୍କା ଲେଖାଏଁ ଅତିରିକ୍ତ ପ୍ରୋତ୍ସାହନ ରାଶି ପ୍ରଦାନ କରାଯାଇଛି। କିଟ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ଖେଳାଳିଙ୍କୁ ସମ୍ବର୍ଦ୍ଧନା ଦେଇଛନ୍ତି।