Jai Odisha
News

ଆତ୍ମହତ୍ୟା ନା ହତ୍ୟା.. ଘର ଭିତରୁ ଗୋଟିଏ ପରିବାରର ୫ ଜଣଙ୍କ ମୃତଦେହ ଉଦ୍ଧାର –

ନୂଆଦିଲ୍ଲୀ : ତେଲଙ୍ଗାନାର ରାଜଧାନୀ ହାଇଦ୍ରାବାଦର ମିଜାପୁର ଗୁରୁବା ଅଞ୍ଚଳରୁ ଗୁରୁବାର ଏକ ହୃଦୟବିଦାରକ ଘଟଣା ସାମ୍ନାକୁ ଆସିଛି। ଏଠାରେ ଘର ଭିତରୁ ଗୋଟିଏ ପରିବାରର ୫ ଜଣଙ୍କ ମୃତଦେହ ଉଦ୍ଧାର ହୋଇଛି। ମିଜାପୁର ପୁଲିସ ପକ୍ଷରୁ ମିଳିଥିବା ସୂଚନାନୁଯାୟୀ, ମୃତଙ୍କ ମଧ୍ୟରେ ପତି-ପତ୍ନୀ, ତାଙ୍କ ଝିଅ, ଜ୍ୱାଇଁ ଓ ୨ ବର୍ଷର ନାତୁଣୀ ରହିଛନ୍ତି । ପୁଲିସ ମୃତଦେହ ଉଦ୍ଧାର କରି ମାମଲା ରୁଜୁ ସହ ବ୍ୟବଚ୍ଛେଦ ପାଇଁ ପଠାଇଛି । ରିପୋର୍ଟ ଆସିବା ପରେ ମୃତ୍ୟୁର କାରଣ ସାମ୍ନାକୁ ଆସିବ । ଘଟଣାର ତଦନ୍ତ ଜାରି ରହିଥିବା ବେଳେ ଏହା ହତ୍ୟା କି ଆତ୍ମହତ୍ୟା ସେନେଇ କୌଣସି ସ୍ପଷ୍ଟତା ମିଳିନାହିଁ । ମାତ୍ର ଆତ୍ମହତ୍ୟା ବୋଲି ପୁଲିସ ସନ୍ଦେହ କରୁଛି।

ଏଥିପାଇଁ.. ଶିକ୍ଷକଙ୍କୁ ଗୁଳି ମାରିଲା ନବମ ଶ୍ରେଣୀ ଛାତ୍ର

Leave A Reply

Your email address will not be published.