ୟୁକ୍ରେନକୁ ବଡ ଝଟକା ଦେଲା ରୁଷ: ଜେଲେନ୍ସକିଙ୍କ ସହ ଆଲୋଚନା ସମ୍ଭାବନା କମ୍ –

ସମାଜ ଡିଜିଟାଲ ଡେସ୍କ: ରୁଷ ଓ ୟୁକ୍ରେନ ମଧ୍ୟରେ ଯୁଦ୍ଧ ସମ୍ପର୍କରେ ବଡ ଅପଟେଡ ସାମ୍ନାକୁ ଆସିଛି । ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ ଏବଂ ୟୁକ୍ରେନ ରାଷ୍ଟ୍ରପତି ଜେଲେନ୍ସକିଙ୍କ ମଧ୍ୟରେ ଶିଖର ସମ୍ମିଳନୀର ସମ୍ଭାବନା ଶେଷ ହେଉଥିବାରୁ ଦୁଇ ଦେଶ ମଧ୍ୟରେ ଶାନ୍ତି ଚୁକ୍ତିର ଆଶା ମଉଳି ଯାଇଛି । ପ୍ରକୃତରେ ରୁଷ ଏବେ ସ୍ପଷ୍ଟ କରିଦେଇଛି ଯେ ୟୁକ୍ରେନକୁ ସୁରକ୍ଷା ଗ୍ୟାରେଣ୍ଟି ପ୍ରଦାନ କରିବା ସହ ଜଡିତ ଯେକୌଣସି ଆଲୋଚନାରେ ଏହାର ଅଂଶଗ୍ରହଣ ବାଧ୍ୟତାମୂଳକ ହେବ ନାହିଁ, ନିକଟ ଭବିଷ୍ୟତରେ ଜେଲେନ୍ସକଙ୍କ ସହ ଶିଖର ସମ୍ମିଳନୀର କୌଣସି ସମ୍ଭାବନା ନାହିଁ ।
ଏଠାରେ କହି ରଖୁଛୁ ଯେ କ୍ରେମଲିନ୍ ପକ୍ଷରୁ ଏହି ବିବୃତ୍ତି ଏପରି ସମୟରେ ଦିଆଯାଇଛି ଯେତେବେଳେ କି ୟୁକ୍ରେନର ସୁରକ୍ଷା ବିଷୟରେ ଅନ୍ତର୍ଜାତୀୟ ସ୍ତରରେ ଆଲୋଚନା ଚାଲିଛି ଏବଂ ଏଥିପାଇଁ ଜୋରଦାର ଦାବି ହେଉଛି । ଏହି ସମୟରେ ରୁଷ ଏହା ମଧ୍ୟ ସୂଚିତ କରିଛି ଯେ ନିକଟ ଭବିଷ୍ୟତରେ ୟୁକ୍ରେନର ରାଷ୍ଟ୍ରପତି ଜେଲେନ୍ସକିଙ୍କ ସହ କୌଣସି ପ୍ରକାରର ଆଲୋଚନା କିମ୍ବା ଶିଖର ସମ୍ମିଳନୀ ଅସବମ୍ଭ । କାରଣ ୟୁକ୍ରେନ ଏବଂ ଏହାର ପଶ୍ଚିମା ସହଯୋଗୀମାନେ ପୂର୍ବରୁ କହି ସାରିଛନ୍ତି ଯେ ସେମାନେ ରୁଷକୁ ବିଶ୍ୱାସ କରିବେ ନାହିଁ ଏବଂ ୟୁରୋପର ସୁରକ୍ଷା ବ୍ୟବସ୍ଥାକୁ ସୁଦୃଢ କରିବା ପାଇଁ ପ୍ରୟାସ ଜାରି ରଖିବେ ।