ଭିଭୋ ଆଣୁଛି ଦମ୍ଦାର୍ ଫିଚର ସହ ଏହି ୫ଜି ଫୋନ୍; ଦାମ୍ ଏତିକି.. –

ନୂଆଦିଲ୍ଲୀ : ଭିଭୋ ଟି୪ ସିରିଜ୍ରେ ଆଉ ଏକ ଦମ୍ଦାର୍ ଫୋନ୍ ଭାରତରେ ଲଞ୍ଚ ହେବାକୁ ଯାଉଛି । ଭିଭୋର ଏହି ଫୋନ୍ ଟି୪ ପ୍ରୋ ୫ଜିର ନାମରେ ମାର୍କେଟରେ ପ୍ରବେଶ କରିବ । କମ୍ପାନୀ ଗତ କିଛି ଦିନରେ ଏହି ଫୋନ୍କୁ ଆଣିଛି । କମ୍ପାନୀ ଏବେ ଏହି ସ୍ମାର୍ଟଫୋନ୍ର ଲଞ୍ଚ ତାରିଖ ସାମ୍ନାକୁ ଆଣିଛି । ଏହାର ଜବରଦସ୍ତ ଫିଚର ମଧ୍ୟ ଜଣାଇଛି । ଭିଭୋର ଏହି ଫୋନ୍ ୬,୫୦୦ ଏମଏଏଚର ଦମ୍ଦାର୍ ବ୍ୟାଟେରୀ ସହ ଆସୁଛି ।
ଏହି ଫୋନ୍ ଏବେ ଇ-କମର୍ସ ୱେବସାଇଟ୍ ଫ୍ଲିପ୍କାର୍ଟରେ ମଧ୍ୟ ତାଲିକାରେ ଯୋଡିଛି । ଏହା ୨୬ ଅଗଷ୍ଟରେ ଲଞ୍ଚ କରାଯିବ । ଫୋନ୍ର ଦାମ୍ ୨୫,୦୦୦ ଟଙ୍କାରୁ ୩୦,୦୦୦ ଦାମ୍ ମଧ୍ୟରେ ରହିବ । ଭିଭୋ ଟି୪ ପ୍ରୋ ନୀଳ ଓ ସୁନେଲୀ ରଙ୍ଗରେ ଆସିବ ।
ଏହି ଫୋନ୍ ୫୦ ଏମପିର ଟେଲିଫୋଟୋ କ୍ୟାମେରା ସହ ଆସିଥାଏ । ଯାହା ୩x ଅପ୍ଟିକଲ୍ ଜୁମ୍କୁ ସପୋର୍ଟ କରିବ । ଏହି ଫୋନ୍ରେ ତିନିଟି କ୍ୟାମେରା ରହିବ । ଯେଉଁଥିରେ ମୁଖ୍ୟ କ୍ୟାମେରା ସହ ଅଲଟ୍ରା ୱାଇଡ୍ ଓ ଟେଲିଫୋଟୋ ସେନ୍ସର ସାମିଲ ରହିଛି ।
ଏଥର ଗଣେଶ ପୂଜାରେ ଦୁର୍ଲ୍ଲଭ ଯୋଗ ; ଏହି ୫ ରାଶିଙ୍କ ଉପରେ ହେବ ଧନ ବର୍ଷା, ମିଳିବ ବଡ ଖୁସି..
ଭିଭୋ ଟି୪ ପ୍ରୋରେ ଏକ କ୍ୱାଡ୍ କର୍ଭଡ୍ AMOLED ଡିସପ୍ଲେ ରହିବ, ଯାହା ୧୨୦ଏଚ୍ଜେଡ୍ ଉଚ୍ଚ ରିଫ୍ରେସ୍ ରେଟ୍ ସମର୍ଥନ କରିବ। ଫୋନର ଘନତା ୭.୫୩ ଏମଏମ ହେବ ଏବଂ ଏଥିରେ Qualcomm Snapdragon 7 Gen 4 ପ୍ରୋସେସର୍ ରହିବ। ରିପୋର୍ଟ ଅନୁସାରେ, ଏଥିରେ ଏଆଇ ଆଧାରିତ ଇମେଜିଂ ଫିଚର ରହିବ। ଏହି ଫୋନଟି ଗତବର୍ଷ ଲଞ୍ଚ ହୋଇଥିବା ଭିଭୋ ଟି୩ ପ୍ରୋର ଏକ ଅପଗ୍ରେଡ୍ ହେବ।
ଜିଓ ଦେଲା ବଡ ଝଟ୍କା; ବନ୍ଦ କଲା ଏହି ଶସ୍ତା,ଲୋକପ୍ରିୟ ରିଚାର୍ଜ ପ୍ଲାନ୍