ଜିଓ ଦେଲା ବଡ ଝଟ୍କା; ବନ୍ଦ କଲା ଏହି ଶସ୍ତା,ଲୋକପ୍ରିୟ ରିଚାର୍ଜ ପ୍ଲାନ୍ –

ନୂଆଦିଲ୍ଲୀ : ଜିଓ ନିଜର ରିଚାର୍ଜ ପ୍ଲାନ୍ରେ କିଛି ପରିବର୍ତ୍ତନ କରିଛି । କମ୍ପାନୀ ନିକଟରେ ହିଁ ୨୪୯ ଟଙ୍କାର ପ୍ଲାନ୍କୁ ହଟାଇଥିଲା । ଏବେ କମ୍ପାନୀ ଆଉ ଏକ ଶସ୍ତା ପ୍ଲାନ୍କୁ ବନ୍ଦ କରି ଦେଇଛି ।
ଟେଲିକମ୍ ସେବା ପ୍ରଦାନକାରୀ ସଂସ୍ଥା ୧.୫ଜିବି ଦୈନିକ ଡାଟା ଥିବା ଶସ୍ତା ପ୍ଲାନ୍କୁ ବନ୍ଦ କରିଛି । ଏହି ପ୍ଲାନ୍ଟି ହେଉଛି ୭୯୯ ଟଙ୍କିଆ ପ୍ଲାନ୍ ।
ଏହି ପ୍ଲାନ୍ରେ ଦୈନିକ ୧.୫ଜିବି ଡାଟା, ଅସୀମିତ କଲିଙ୍ଗ୍ ଓ ଦୈନିକ ୧୦୦ ଏସଏମଏସ ସହ ଆସୁଥିଲା । ଏବେ ଏହି ପ୍ଲାନ୍ ଆଉ କମ୍ପାନୀ ୱେବସାଇଟ୍ରେ ଉପଲବ୍ଧ ହେବ ନାହିଁ ।
୭୯୯ ଟଙ୍କାର ଏହି ପ୍ଲାନ୍ ୮୪ ଦିନର ସମୟସୀମା ପର୍ଯ୍ୟନ୍ତ ଆସିଥାଏ । ଏହା ବ୍ୟତୀତ କମ୍ପାନୀ ଜିଓ ଟିଭି ଓ ଜିଓ କ୍ଲାଉଡ୍ର ଏକ୍ସେସ୍ ମଧ୍ୟ ଅଫର୍ କରୁଥିଲା ।
ଏସବୁ ସୁବିଧା ଥିବା ପ୍ଲାନ୍କୁ ରିଚାର୍ଜ କରିବାକୁ ହେଲେ ଏବେ ଅଧିକ ଟଙ୍କା ଖର୍ଚ୍ଚ କରିବାକୁ ପଡିବ । ଉପଭୋକ୍ତାଙ୍କୁ ଏସବୁ ସୁବିଧା ପାଇବା ପାଇଁ ୯୦ ଟଙ୍କା ଅଧିକ ଖର୍ଚ୍ଚ କରିବାକୁ ପଡିବ । ଅର୍ଥାତ୍ ଏବେ ଆପଣଙ୍କୁ ୮୮୯ ଟଙ୍କାରେ ୮୪ ଦିନ ସମୟସୀମା ପାଇଁ ଦୈନିକ ୧.୫ଜିବି ଡାଟା, ଅସୀମିତ କଲିଙ୍ଗ୍ ଓ ଦୈନିକ ୧୦୦ ଏସଏମଏସ ମିଳିବ । ଏହି ପ୍ଲାନ୍ରେ ଜିଓ ସାୱନ୍ ପ୍ରୋର ଏକ୍ସେସ ମଧ୍ୟ ମିଳିବ । ଜିଓ ଧିରେ ଧିରେ ନିଜ ପ୍ଲାନ୍କୁ ମହଙ୍ଗା କରୁଥିବା ଦେଖାଯାଉଛି ।
ଜିଓର ଦୈନିକ ୧.୫ଜିବି ଡାଟା ଥିବା ୭ଟି ପ୍ଲାନ୍ ରହିଛି । କମ୍ପାନୀର ସବୁଠାରୁ ଶସ୍ତା ୨୩୯ ଟଙ୍କା ପ୍ଲାନ୍ ଯାହା ୨୨ ଦିନର ସମୟସୀମା ପର୍ଯ୍ୟନ୍ତ ଆସିଥାଏ ।
ଏହା ବ୍ୟତୀତ କମ୍ପାନୀର ୨୯୯, ୩୧୯,୩୨୯,୫୭୯,୬୬୬ ଟଙ୍କାର ପ୍ଲାନ୍ ମଧ୍ୟ ରହିଛି । ଯାହା କ୍ରମଶଃ ୨୮ ଦିନ, ଏକ ମାସ, ୫୬ ଦିନ ଓ ୭୦ ଦିନ ପାଇଁ ରହିଛି ।
ଏଥର ଗଣେଶ ପୂଜାରେ ଦୁର୍ଲ୍ଲଭ ଯୋଗ ; ଏହି ୫ ରାଶିଙ୍କ ଉପରେ ହେବ ଧନ ବର୍ଷା, ମିଳିବ ବଡ ଖୁସି..