Jai Odisha
News

ଅଷ୍ଟମ ଶ୍ରେଣୀ ଛାତ୍ରକୁ ଛୁରୀ ଭୁଷି ହତ୍ୟା କଲା ଦଶମ ଶ୍ରେଣୀଛାତ୍ର –

ଅହମ୍ମଦାବାଦ- ଅଷ୍ଟମ ଶ୍ରଣୀଛାତ୍ରକୁ ଦଶମଶ୍ରେଣୀ ଛାତ୍ର ଛୁରୀ ଭୁଷି ହତ୍ୟାକରିଛି । ଅହମ୍ମଦାବାଦର ଖୋକ୍ରାରେ ଥିବା ଏକ ବେସରକାରୀ ବିଦ୍ୟାଳୟରେ ଏହି ଘଟଣା ଘଟିଛି । ସାମାନ୍ୟ ଯୁକ୍ତିତର୍କକୁ ନେଇ ଦଶମଶ୍ରେଣୀ ଛାତ୍ର ଏପରି କରିଥିବା ସୂଚନା ମିଳିଛି ।ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ଅଭିଭାବକମାନେ ବାରମ୍ବାର କିଛି ଛାତ୍ର ଖରାପ ଶଦ୍ଦ ବ୍ୟବହାର କରୁଥିଲା ଏବଂ ଅନୁଶାସନହୀନତା ଦେଖାଉଥିବା ଅଭିଯୋଗ କରିରିଥିଲେ ମଧ୍ୟ କିଛି କାର୍ଯ୍ୟାନୁଷ୍ଠାନ ହୋଇ ନଥିଲା। ମାତ୍ର ବିଦ୍ୟାଳୟ କର୍ତ୍ତୃପକ୍ଷ ଖାଲି ସେମାନଙ୍କ ଠାରୁ ଲେଖାରେ କ୍ଷମା ପ୍ରାର୍ଥନା ନେଇ କିଛି କରୁ ନଥିବା ସୂଚନା ମିଳିଛି । ଏହାପରେ ସେଠାରେ ଉତ୍ତେଜନା ପ୍ରକାଶ ପାଇଥିଲା। ପୁଲିସ ଏବଂ ଅଭିଭାବକମାନଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା ।

ଛୁରୀମାଡ ବେଳେ ଗୁରତର ଅବସ୍ଥାରେ ଅଷ୍ଟମ ଶ୍ରେଣୀ ଛାତ୍ର ବିଦ୍ୟାଳୟର ପରିସରକୁ ଆସିବା ପରେ ସେଠାରେ ଥିବା ସୁରକ୍ଷା କର୍ମୀ ତାଙ୍କୁ ଉଦ୍ଧାରକରି ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ଜଣାଇଥିଲେ । ଏହପରେ ମଣିନଗରରେ ଥିବା ଏକ ଡାକ୍ତରଖାନାରେ ଗୁରୁତର ଛାତ୍ରକୁ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା । ସେଠାରେ ତାଙ୍କର ମୃତ୍ୟୁ ଘଟିଛି ।

– Advertisement –

ଏହି ଘଟଣାପରେ ବିଦ୍ୟାଳୟ ନିକଟରେ ଅଭିଭାବକମାନେ ବିରୋଧ ପ୍ରଦର୍ଶନ କରିଥିଲେ। ବିଦ୍ୟାଳୟକୁ ଜଣେ ଛାତ୍ର ମାରଣାସ୍ତ୍ର ଆଣିଥିବା ବେଳେ, କିପରି ଏ ବିଷୟରେ କେହି ଜାଣି ପାରି ନଥିଲେ ବୋଲି ପ୍ରଶ୍ନ କରିଥିଲେ । ପୁଲିସ ସହ ଅଭିଭାବକଙ୍କ ଧସ୍ତାଧସ୍ତି ହୋଇଥିଲା । ସେହି ବିଦ୍ୟାଳୟକୁ ଅଗଷ୍ଟ ୨୨ ତାରିଖ ପର୍ଯ୍ୟନ୍ତ ବନ୍ଦ କରାଯାଇଛି ।

ମୃତ ଛାତ୍ରଙ୍କ ମାଆ ପୁଲିସରେ ଅଭିଯୋଗ କରିବା ପରେ ପୁଲିସ ଅଭିଯୁକ୍ତକୁ ଗିରଫକରିଛି । ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ଅଭିଭାବକମାନେ ଏହି ଘଟଣାପାଇଁ ସମ୍ପୂର୍ଣ୍ଣ ଦାୟୀ କରିଛନ୍ତି। ପୂର୍ବରୁ ବିଦ୍ଯାଳୟ କର୍ତ୍ତୃପକ୍ଷ ଶକ୍ତ କାର୍ଯ୍ୟାନୁଷ୍ଠାନ ନେଇଥିଲେ ଏକ ନୀରିହ ବାଳକ ଜୀବନ ବଞ୍ଚିଯାଇ ଥାଆନ୍ତା ବୋଲି ସେମାନେ ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.