Jai Odisha
News

ଲୋକସଭାରେ ପାସ୍ ହେଲା ଅନଲାଇନ୍ ଗେମିଂ ବିଲ୍‌-୨୦୨୫ –

ନୂଆଦିଲ୍ଲୀ : ଲୋକସଭାରେ ଅନଲାଇନ୍ ଗେମିଂ ବିଲ୍‌-୨୦୨୫ ପାରିତ ହୋଇଛି । ଗୃହରେ କେନ୍ଦ୍ର ସୂଚନାମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଅନଲାଇନ୍ ଗେମିଂ ଉପରେ ବ୍ୟାନ୍ ଲଗାଇବା ନେଇ ବିଲ୍ ପାରିତ କରାଇବା ନେଇ ପ୍ରସ୍ତାବ ରଖିଥିଲେ । ପରେ ଲୋକସଭାରେ ବିଲ୍ ପାସ୍ ହୋଇଛି । ପ୍ରଯୁକ୍ତିବିଦ୍ୟାର ଦୂରୁପଯୋଗ କାରଣରୁ ହେଉଥିବା କ୍ଷତିଠାରୁ ସମାଜକୁ ସୁରକ୍ଷିତ ରଖିବା ପାଇଁ ଅନଲାଇନ୍ ଗେମିଂ ପ୍ରୋତ୍ସାହନ ଏବଂ ନିୟାମକ ବିଲ୍ ୨୦୨୫ ଆଗତ ହୋଇଥିଲା ।

ଏହି ବିଲ୍ ଇ-ସ୍ପୋର୍ଟସ୍ ଏବଂ ଅନଲାଇନ୍ ସୋସିଆଲ ଗେମ୍ସକୁ ପ୍ରୋତ୍ସାହିତ କରିଥାଏ, କିନ୍ତୁ ହାନିକାରକ ଅନଲାଇନ୍ ମନି ଗେମିଂ ସେବା, ବିଜ୍ଞାପନ ଏବଂ ଏହା ସହ ଜଡ଼ିତ ଆର୍ଥିକ ନେଣଦେଣ ଉପରେ ପ୍ରତିବନ୍ଧକ ଲାଗୁ କରିଥାଏ । ବିଲ୍‌ରେ ସବୁ ଅନଲାଇନ୍ ସଟ୍ଟାବାଜୀ ଏବଂ ଜୁଆ ଆଧାରିତ କାର୍ଯ୍ୟକଳାପକୁ ମଧ୍ୟ ବେଆଇନ ଘୋଷଣା କରାଯାଇଛି। ଏଥିରେ ଅନଲାଇନ୍ ଫାଣ୍ଟାସି ଖେଳ ଠାରୁ ଆରମ୍ଭ କରି ଅନଲାଇନ୍ ଜୁଆ କାରବାର (ଯଥା ପୋକର୍, ରମ୍ମି ଏବଂ ଅନ୍ୟ କାର୍ଡ ଗେମ୍) ଏବଂ ଅନଲାଇନ୍ ଲଟେରୀ ପର୍ଯ୍ୟନ୍ତ ସାମିଲ ରହିଛି । ଏହା ଆମର ଯୁବବର୍ଗଙ୍କୁ ଶିକାରୀ ଅନଲାଇନ୍ ରିୟଲ୍ ମନି ଗେମିଂ ଆପ୍ ଗୁଡ଼ିକ ଠାରୁ ସୁରକ୍ଷା ଦେବ ।

– Advertisement –

ଅନଲାଇନ୍ ଗେମିଂ ପ୍ରୋତ୍ସାହନ ଏବଂ ନିୟାମକ ବିଲ, ୨୦୨୫ରେ ଥିବା ପ୍ରମୁଖ ବ୍ୟବସ୍ଥା

୧. ଇ-ସ୍ପୋର୍ଟସର ପ୍ରୋତ୍ସାହନ ଏବଂ ସ୍ବୀକୃତି

ଭାରତରେ ପ୍ରତିଯୋଗିତାମୂଳକ କ୍ରୀଡ଼ାର ଏକ ବୈଧ ରୂପ ଭାବରେ ଇ-ସ୍ପୋର୍ଟସକୁ ସ୍ବୀକୃତି
ଇ-ସ୍ପୋର୍ଟସ କାର୍ଯ୍ୟକ୍ରମ ପରିଚାଳନା ପାଇଁ କ୍ରୀଡା ମନ୍ତ୍ରଣାଳୟ ମାର୍ଗଦର୍ଶିକା ଏବଂ ମାନଦଣ୍ଡ ପ୍ରସ୍ତୁତ କରିବା
ଇ-ସ୍ପୋର୍ଟ୍ସ ଉନ୍ନତି ପାଇଁ ତାଲିମ ଏକାଡେମୀ, ଗବେଷଣା କେନ୍ଦ୍ର ଏବଂ ପ୍ରଯୁକ୍ତିବିଦ୍ୟା ପ୍ଲାଟଫର୍ମର ପ୍ରତିଷ୍ଠା
ପ୍ରୋତ୍ସାହନ ଯୋଜନା, ସଚେତନତା ଅଭିଯାନ ଏବଂ ବ୍ୟାପକ କ୍ରୀଡା ନୀତି ପଦକ୍ଷେପରେ ଇ-ସ୍ପୋର୍ଟସ ସମନ୍ବୟ

୨. ସାମାଜିକ ଓ ଶିକ୍ଷା ଗେମ୍ ଗୁଡ଼ିକର ପ୍ରୋତ୍ସାହନ

କେନ୍ଦ୍ର ସରକାରଙ୍କୁ ଅନଲାଇନ୍ ସାମାଜିକ ଖେଳ ବା ସୋସିଆଲ୍ ଗେମ୍ ଗୁଡ଼ିକୁ ଚିହ୍ନଟ, ବର୍ଗୀକରଣ ଏବଂ ପଞ୍ଜିକରଣ କରିବାକୁ କ୍ଷମତା ଦିଆଯାଇଛି
ନିରାପଦ, ବୟସ-ଉପଯୁକ୍ତ ସାମାଜିକ ଏବଂ ଶିକ୍ଷାଲିରିକ ଅନଲାଇନ୍ ଗେମ୍ ବିକାଶ ଏବଂ ବିତରଣ ପାଇଁ ପ୍ଲାଟଫର୍ମର ସୁବିଧା
ମନୋରଞ୍ଜନ, ଦକ୍ଷତା ବିକାଶ ଏବଂ ଡିଜିଟାଲ୍ ସାକ୍ଷରତାରେ ସାମାଜିକ ଖେଳର ସକାରାତ୍ମକ ଭୂମିକା ଉପରେ ସଚେତନ‌ତା କାର୍ଯ୍ୟକ୍ରମ
ଭାରତୀୟ ମୂଲ୍ୟବୋଧ ସହିତ ସଂଯୁକ୍ତ ସାଂସ୍କୃତିକ ଏବଂ ଶିକ୍ଷାଗତ ଖେଳ ବିଷୟବସ୍ତୁ ପାଇଁ ସମର୍ଥନ

୩. ବିପଜ୍ଜନକ ଅନଲାଇନ୍ ମନି ଗେମ୍ସ ଉପରେ ପ୍ରତିବନ୍ଧକ

ଦକ୍ଷତା କିମ୍ବା ସୁଯୋଗ ଅଥବା ଉଭୟ ଉପରେ ଆଧାରିତ ହୋଇଥାଉ ପଛେ ଅନଲାଇନ ମନି ଗେମ୍ସ ବା ଟଙ୍କା କାରବାର ହେଇଥିବା ଖେଳର ପ୍ରସ୍ତାବ, ପରିଚାଳନା ଏବଂ ସୁବିଧା ପ୍ରଦାନ ଉପରେ ସମ୍ପୂର୍ଣ୍ଣ ପ୍ରତିବନ୍ଧକ ଲାଗୁ ହେବ
ସବୁ ପ୍ରକାରର ଗଣମାଧ୍ୟମରେ ଅନଲାଇନ୍ ମନି ଗେମ୍ ର ବିଜ୍ଞାପନ ଓ ପ୍ରୋତ୍ସାହନ ନିଷେଧ
ଅନଲାଇନ୍ ମନି ଗେମ୍ ସହ ଜଡିତ ଆର୍ଥିକ କାରବାର ନିଷିଦ୍ଧ ହେବ: ବ୍ୟାଙ୍କ ଏବଂ ପେମେଣ୍ଟ ସିଷ୍ଟମଗୁଡ଼ିକୁ ଏପରି ଯେମେଣ୍ଟ ପ୍ରକ୍ରିୟାକରଣ କରିବା ଉପରେ କଟକଣା
ସୂଚନା ପ୍ରଯୁକ୍ତି ଆଇନ, ୨୦୦୦ ଅନୁଯାୟୀ ବେଆଇନ ଗେମିଂ ପ୍ଲାଟଫର୍ମଗୁଡ଼ିକୁ ଆକ୍ସେସ୍ ବା ଉପଲବ୍ଧତାକୁ ବନ୍ଦ କରିବା ପାଇଁ କ୍ଷମତା

୪. ଏକ ଅନଲାଇନ୍ ଗେମିଂ ପ୍ରାଧିକରଣ ପ୍ରତିଷ୍ଠା

କେନ୍ଦ୍ର ସରକାର ଜାତୀୟସ୍ତରୀୟ ପ୍ରାଧିକରଣ ପ୍ରତିଷ୍ଠା କରିବେ କିମ୍ବା ଯେକୌଣସି ବିଦ୍ୟମାନ ପ୍ରାକରଣ କିମ୍ବା ଏକାଧିକ ପ୍ରାଧିକରଣ କିମ୍ବା କୌଣସି ସଂସ୍ଥାକୁ ତଦାରଖ ପାଇଁ ନିଯୁକ୍ତ କରିବେ

୫. ଅପରାଧ ଏବଂ ଦଣ୍ଡ

ଅନଲାଇନ୍ ମନି ଗେମିଂର ପ୍ରସ୍ତାବ କିମ୍ବା ସୁବିଧା ପ୍ରଦାନ କରିବା: ୩ ବର୍ଷ ପର୍ଯ୍ୟନ୍ତ ଜେଲଦଣ୍ଡ ଏବଂ/କିମ୍ବା ୧ କୋଟି ଟଙ୍କା ପର୍ଯ୍ୟନ୍ତ ଜୋରିମାନା
ମନି ଗେମ୍ ଗୁଡ଼ିକର ବିଜ୍ଞାପନ: ୨ ବର୍ଷ ପର୍ଯ୍ୟନ୍ତ ଜେଲ ଦଣ୍ଡ ଏବଂ/କିମ୍ବା ୫୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜୋରିମାନା
ମନି ଗେମ୍ ସଂକ୍ରାନ୍ତ ଆର୍ଥିକ କାରବାର: ୩ ବର୍ଷ ପର୍ଯ୍ୟନ୍ତ ଜେଲଦଣ୍ଡ ଏବଂ/କିମ୍ବା ୧ କୋଟି ଟଙ୍କା ପର୍ଯ୍ୟନ୍ତ ଜୋରିମାନା
ଅପରାଧର ପୁନରାବୃଦ୍ଧି କ୍ଷେତ୍ରରେ ଅଧ‌ିକ ଦଣ୍ଡବିଧାନ, ଯେଉଁଥିରେ ୩-୫ ବର୍ଷ ପର୍ଯ୍ୟନ୍ତ ଜେଲ ଦଣ୍ଡ ଏବଂ ୨ କୋଟି ଟଙ୍କା ପର୍ଯ୍ୟନ୍ତ ଜୋରିମାନା ବ୍ୟବସ୍ଥା ରହିଛି
ପ୍ରମୁଖ ଧାରା ଅଧୀନରେ ଅପରାଧକୁ ଧର୍ତ୍ତବ୍ୟ ଏବଂ ଜାମିନ ବିହୀନ ବୋଲି ଧରାଯିବ

ବିଲର ସକାରାତ୍ମକ ପ୍ରଭାବ:

ସୃଜନଶୀଳ ଅର୍ଥବ୍ୟବସ୍ଥାକୁ ପ୍ରୋତ୍ସାହନ: ବିଶ୍ବ ଗେମିଂ ରପ୍ତାନି, ନିଯୁକ୍ତି ଏବଂ ନବସୃଜନରେ ଭାରତର ଭୂମିକାକୁ ବୃଦ୍ଧି କରିବ
ଯୁବବର୍ଗଙ୍କ ସଶକ୍ତିକରଣ: ଇ-ସ୍ପୋର୍ଟସ୍ ଏବଂ ଦକ୍ଷତା ଆଧାରିତ ଡିଜିଟାଲ୍ ଗେମ୍ ଜରିଆରେ ଗଠନମୂଳକ ଅଂଶଗ୍ରହଣକୁ ପ୍ରୋତ୍ସାହନ
ନିରାପଦ ଡିଜିଟାଲ ପରିବେଶ: ପରିବାରଗୁଡ଼ିକୁ ହିଂସାତ୍ମକ ଅନଲାଇନ୍ ମନି ଗେମିଂ ଅଭ୍ୟାସରୁ ରକ୍ଷା କରିବ
ବିଶ୍ବ ନେତୃତ୍ବ : ଦାୟିତ୍ବପୂର୍ଣ୍ଣ ଗେମିଂ ନବସୃଜନ ଏବଂ ଡିଜିଟାଲ୍ ନୀତି ନିର୍ଦ୍ଧାରଣରେ ଭାରତକୁ ଭାବରେ ସ୍ଥାନିତ କରିବ

Leave A Reply

Your email address will not be published.