Jai Odisha
News

ତାଜମହଲର ଗୁପ୍ତ ଭୂତଳ କୋଠରି ଭିଡିଓ ଭାଇରାଲ –

ନୂଆଦିଲ୍ଲୀ: ବିଶ୍ବ ଐତିହ୍ୟ ତାଜମହଲର ଗୁପ୍ତ ଭୂତଳ କୋଠରିର ଭିଡିଓ ସାମାଜିକ ଗଣମାଧ୍ୟମ (ଇନଷ୍ଟାଗ୍ରାମ୍‌)ରେ ପ୍ରସାରିତ ହୋଇଛି। ଭିଡିଓରେ ଦେଖାଯାଇଛି ଯେ କେହି ଜଣେ ତାଜମହଲର ଭୂତଳ କୋଠରୀ ତଳକୁ ପାହଚରେ ଓହ୍ଲାଇବା ସହିତ ଏହାର ଭିଡିଓ ଉତ୍ତୋଳନ କରୁଛନ୍ତି। ବ୍ୟକ୍ତି ଜଣଙ୍କ ପାହାଚରେ ଓହ୍ଲାଇ ଭୂତଳ କୋଠରି ମଧ୍ୟରେ ପହଞ୍ଚି ସେଠାରେ ଥିବା ଶାହାଜାହାନ ଓ ମମତାଜ ବେଗମଙ୍କ ସମାଧିର ଭିଡିଓ ଉତ୍ତୋଳନ କରୁଛନ୍ତି। ଭିଡିଓରେ ଶାହାଜାହାନ ଓ ମମତାଜଙ୍କ ସମାଧି ଦେଖିବାକୁ ମିଳିଛି। ତାଜମହଲର ଭୂତଳ କୋଠରି ସାଧାରଣ ପର୍ଯ୍ୟଟକଙ୍କ ପାଇଁ ଗୁପ୍ତ ରହିଆସିଥିବାବେଳେ ଏହି ଭିଡିଓ ଦେଖିବା ପରେ ଲୋକଙ୍କ ମନରେ କୌତୂହଳ ସୃଷ୍ଟି ହୋଇଛି। ବିଶ୍ବର ଏହି ଐତିହ୍ୟସ୍ଥଳକୁ ବର୍ଷକୁ ଲକ୍ଷଲକ୍ଷ ପର୍ଯ୍ୟଟକ ଆସୁଥିବା ବେଳେ ଏହାର ଅନେକ ଅଂଶ ଏବେ ମଧ୍ୟ ରହସ୍ୟ ମଧ୍ୟରେ ରହିଛି।

Leave A Reply

Your email address will not be published.