ସବୁ ଠିକ୍ ଠାକ୍ ଚାଲିଲେ ତ୍ରିପାକ୍ଷିକ ବୈଠକ ହେବ, ରୁଷ ଏବଂ ୟୁକ୍ରେନ ସହ ମିଶି କାମ କରିବାକୁ ଚାହୁଁଛି – ଟ୍ରମ୍ପ –

ସମାଜ ବ୍ୟୁରୋ : ୟୁକ୍ରେନ-ଋଷ ଯୁଦ୍ଧକୁ ନେଇ ଚାଲିଥିବା କୂଟନୈତିକ ଚର୍ଚ୍ଚା ମଧ୍ୟରେ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି ଶାନ୍ତି ଆଲୋଚନା ପାଇଁ ନିଜର ସ୍ଥିତି ସ୍ପଷ୍ଟ କରିଛନ୍ତି । ଏହି ଆଲୋଚନାରେ ଟ୍ରମ୍ପ କହିଛନ୍ତି “ଜେଲେନସ୍କି ଏବଂ ପୁଟିନ ଯୁଦ୍ଧ ବନ୍ଦ କରିବାକୁ ଚାହୁଁଛନ୍ତି । ପୁଟିନ ଆଲୋଚନା ପାଇଁ ଆମେରିକା ମାଟିକୁ ଆସିଲେ, ଏହା ବହୁତ ବଡ଼ କଥା । ଆଲୋଚନା ଜରିଆରେ ଯୁଦ୍ଧର ସ୍ଥାୟୀ ସମାଧାନ ଜରୁରୀ । ୟୁରୋପବାସୀ ଶାନ୍ତି ଚାହୁଁଛନ୍ତି । ପୂର୍ବତନ ରାଷ୍ଟ୍ରପତି ଜୋ ବାଇଡେନଙ୍କ ଉପରେ ବିରକ୍ତ ହୋଇ ସେ ଜେଣ ଭ୍ରଷ୍ଟ ନେତା ଥିଲେ ବୋଲି କହିଛନ୍ତି ଟ୍ରମ୍ପ ।”