ଶାନ୍ତି ପାଇଁ ଆଜି ଟ୍ରମ୍ପ-ଜେଲେନସ୍କି ମଧ୍ୟରେ ହେବ ଆଲୋଚନା –

ନୂଆଦିଲ୍ଲୀ: ଆଜି ହ୍ୱାଇଟ ହାଉସରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଦିମିର ଜେଲେନସ୍କିଙ୍କ ମଧ୍ୟରେ ଆଲୋଚନା ହେବାକୁ ଯାଉଛି । ରୁଷ-ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧକୁ ବନ୍ଦ କରି ଶାନ୍ତି ଫେରାଇ ଆଣିବା ପାଇଁ ଉଭୟ ନେତାଙ୍କ ମଧ୍ୟରେ କଥାବାର୍ତ୍ତା ହେବ । ପୂର୍ବରୁ ଆଲାସ୍କରେ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଓ ଟ୍ରମ୍ପଙ୍କ ମଧ୍ୟରେ ଆଲୋଚନା ହୋଇଥିଲା । ପୁଟିନଙ୍କ ସହ ବୈଠକରେ ପରେ ଜେଲେନସ୍କିଙ୍କୁ ଫୋନ୍ କରିଥିଲେ ଡୋନାଲ୍ଡ ଟ୍ରମ୍ପ । ପୁଟିନଙ୍କ ଦାବି ସମ୍ପର୍କରେ ଆଲୋଚନା କରିବା ପାଇଁ ଜେଲେନସ୍କିଙ୍କ ସହ ୟୁରୋପୀୟ ସଂଘର ସଭାପତି, ଫିନଲାଣ୍ଡ ରାଷ୍ଟ୍ରପତି, ଜର୍ମାନ ଚାନସେଲର, ନାଟୋ ମହାସଚିବ, ଇଟାଲୀ ପ୍ରଧାନମନ୍ତ୍ରୀ ମଧ୍ୟ ଆମେରିକା ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି । ୟୁକ୍ରେନରେ ଶାନ୍ତି ଫେରାଇ ଆଣିବା ପାଇଁ ବୈଠକରେ ଆଲୋଚନା ହେବ ।
ପୁଟିନଙ୍କ ସହ ବୈଠକରେ ପରେ ୟୁକ୍ରେନ ସହିତ ଯୁଦ୍ଧବିରତି ଉପରେ କୌଣସି ଚୁକ୍ତି ହୋଇନଥିଲା, କିନ୍ତୁ କିଛି ବିଷୟରେ ନିଶ୍ଚିତ ଭାବରେ ଆଲୋଚନା ହୋଇଥିଲା । ଏହା ପରେ ଟ୍ରମ୍ପ ଜେଲେନସ୍କି ଓ ନାଟୋ ସହିତ କଥା ହୋଇଥିଲେ । ସୋମବାର ୱାଶିଂଟନ ଡିସିରେ ପହଞ୍ଚୁଛନ୍ତି ୟୁକ୍ରେନର ରାଷ୍ଟ୍ରପତି ଭୋଲୋଦିମିର ଜେଲେନସ୍କି । ଏହି ବୈଠକରେ ରୁଷ ଓ ୟୁକ୍ରେନ ମଧ୍ୟରେ ତିନି ବର୍ଷରୁ ଅଧିକ ସମୟ ଧରି ଚାଲିଥିବା ଯୁଦ୍ଧ ସମାପ୍ତ କରିବା ଉପରେ ଆଲୋଚନା ହେବ ।
I am grateful to all participants of the Coalition of the Willing for today’s conversation in Brussels – on the eve of the meeting in Washington, D.C. with President Trump. It was very useful. We continue coordinating our joint positions. There is clear support for Ukraine’s… pic.twitter.com/Rp3qKkX7vn
— Volodymyr Zelenskyy / Володимир Зеленський (@ZelenskyyUa) August 17, 2025