ଜିଏସଟିରେ ଆସିବ ସଂସ୍କାର, କମିବ ଅତ୍ୟାବଶ୍ୟକ ସାମଗ୍ରୀ ଦର –

ସମାଜ ଡିଜିଟାଲ ଡେସ୍କ: ଜିଏସଟିରେ ଅଣାଯିବ ସଂସ୍କାର। ସାଧାରଣ ଜନତାଙ୍କ ପାଇଁ କମ ହେବ ଟିକସ। ଯାହାଫଳରେ ଶସ୍ତା ହେବ ବିଭିନ୍ନ ଅତ୍ୟାବଶ୍ୟକ ସାମଗ୍ରୀ। ମଧ୍ୟବିତ୍ତଙ୍କ ଜୀବନକୁ ଏହା ସହଜ କରିବ। ଏଭଳି ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଏହା ଆଗାମୀ ଦୀପାବଳିରେ ଦେଶବାସୀଙ୍କ ପାଇଁ ବଡ଼ ଉପହାର ହେବ ବୋଲି ମୋଦୀ କହିଛନ୍ତି।
ଶୁକ୍ରବାର ଦିଲ୍ଲୀର ଲାଲକିଲାଠାରେ ଜାତୀୟ ପତାକା ଉତ୍ତୋନ କରି ଦେଶବାସୀଙ୍କୁ ସମ୍ବୋଧନ ଦେବା ସମୟରେ ପ୍ରଧାନମନ୍ତ୍ରୀ ଏହା କହିଛନ୍ତି। ସେ କହିଛନ୍ତି ଯେ, ଜିଏସଟିର ସମୀକ୍ଷା କରିବା ହେଉଛି ସମୟର ଦାବି। ଏଥିପାଇଁ ଉଚ୍ଚ ସ୍ତରୀୟ କମିଟି ଗଠନ କରାଯାଇ ଆବଶ୍ୟକ ପଦକ୍ଷେପ ନିଆଯିବ।