Jai Odisha
News

‘ଯିଏ ସଲ୍‌ମାନ୍‌ଙ୍କ ସହ କାମ କରିବ ସିଏ ମରିବ’.. କାଫେକୁ ଗୁଳିମାଡ ପରେ କପିଲଙ୍କୁ ମିଳିଲା ଏହି ଧମକ –

ନୂଆଦିଲ୍ଲୀ : ହାସ୍ୟ ଅଭିନେତା କପିଲ୍‌ ଶର୍ମାଙ୍କ କାନାଡା ସ୍ଥିତ ରେସ୍ତୋରାଁ କପସ୍‌ କାଫେ ଉପରେ ୨ ଥର ଗୁଳିମାଡ ହୋଇ ସାରିଛି । ଏହି ମାମଲାରେ ସାମ୍ନାକୁ ଏକ ବଡ ଖବର ସାମ୍ନାକୁ ଆସିଛି । ମିଳିଥିବା ସୂଚନାନୁଯାୟୀ, କାଫେ ଉପରେ ଗୁଳିମାଡ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ ପକ୍ଷରୁ କରାଯାଇଛି। ସୁପରଷ୍ଟାର ସଲମାନ୍‌ ଖାନ୍‌ଙ୍କ ନିକଟତର ହେବା କପିଲ୍‌ ଜୀବନ ପ୍ରତି ବିପଦ ବୋଲି ପ୍ରାଥମକି ତଦନ୍ତରୁ ଖବର ଜଣାପଡିଛି ।

ଲରେନ୍ସ ଗ୍ରୁପର ଗ୍ୟାଙ୍ଗଷ୍ଟର ହେରୀ ବକ୍ସରର ଏକ ଅଡିଓ ମଧ୍ୟ ସାମ୍ନାକୁ ଆସିଛି । ଯେଉଁଥିରେ ଦାବି କରାଯାଇଛି ଯେ, ହାସ୍ୟ ଅଭିନେତା କପିଲ ସଲମାନ୍‌ଙ୍କୁ ନେଟ୍‌ଫ୍ଲିକ୍ସ ଶୋ ‘ଦ ଗ୍ରେଟ୍‌ ଇଣ୍ଡିଆନ୍‌ କପିଲ୍‌ ଶୋ’ ସିଜନ୍‌ ୨ର ପ୍ରଥମ ଏପିସୋଡ୍‌କୁ ନିମନ୍ତ୍ରଣ କରିଥିଲେ । କପିଲ୍‌ଙ୍କର ସଲମାନ୍‌ଙ୍କୁ ଅତିଥି ଭାବେ ନିଜ ଶୋ’କୁ ଡକାଇବା ଲରେନ୍ସ ଗ୍ୟାଙ୍ଗଙ୍କୁ ନାପସନ୍ଦ ହୋଇଛି । ଏହାର ପ୍ରତିଶୋଧ ନେବା ପାଇଁ ତାଙ୍କ ପକ୍ଷରୁ କପିଲ୍‌ଙ୍କ କାଫେ ଉପକରୁ ଗୁଳିମାଡ କରାଯାଇଛି । ଅଡିଓରେ ଧମକ ଦିଆଯାଇ କୁହାଯାଇଛି, ‘ଯିଏ ସଲ୍‌ମାନ୍‌ଙ୍କ ସହ କାମ କରିବ ସେ ମରିବ’ ।
ଅଡିଓରେ ଆହୁରି ମଧ୍ୟ କୁହାଯାଇଛି, କପିଲ୍‌ଙ୍କ ରୋସ୍ତାରାଁ ଉପରେ ପ୍ରଥମେ ଓ ଏବେ ଗୁଳିମାଡ ଏଥିପାଇଁ ହୋଇଛି କାରଣ ସେ ସଲ୍‌ମାନ୍‌ଙ୍କୁ ନିଜ ଶୋ’ର ଉଦ୍‌ଘାଟନ ପାଇଁ ଡାକିଥିଲେ। ଆଗାମୀ ସମୟରେ ଯେ କେହି ନିର୍ଦ୍ଦେଶକ, କଳାକାର ଆଦିଙ୍କୁ ଧମକ ଦିଆଯିବ ନାହିଁ । ସିଧାସଳଖ ଛାତିରେ ଗୁଳି ଫୁଟିବ । ମୁମ୍ବାଇର ପରିବେଶ ଏତେ ଖରାପ କରି ଦେବୁ ଯେ ଯାହା କେହି କେବେ ଚିନ୍ତା କରିନଥିବେ ।

– Advertisement –

ସଲମାନ୍‌ଙ୍କ ସହ ଯେକେହି କାମ କରିବେ, ସେମାନଙ୍କୁ ହତ୍ୟା କରିବୁ ବୋଲି ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ କହିଛି ।
କପିଲ୍‌ଙ୍କୁ ଏଭଳି ଧମକ ମିଳିବା ପରେ ସିନେ ଜଗତରେ ଭୟର ବାତାବରଣ ଖେଳି ଯାଇଛି । ଲରେନ୍ସ ଗ୍ୟାଙ୍ଗଙ୍କ ସହ ସଲମାନ୍‌ଙ୍କ ଶତ୍ରୁତା ଅନେକ ଦିନର । କଳା ହରିଣ ଶିକାର ମାମଲା ପରେ ଲରେନ୍ସ-ସଲମାନ୍‌ଙ୍କ ମଧ୍ୟରେ ବିବାଦ ଲାଗି ରହିଛି । ଅନେକ ଥର ସଲ୍‌ମାନ୍‌ଙ୍କ ଉପରେ ଏଥିପାଇଁ ଆକ୍ରମଣ କରିବାକୁ ମଧ୍ୟ ଗ୍ୟାଙ୍ଗ ପ୍ରୟାସ କରିଛି । ତାଙ୍କ ଘରେ ମଧ୍ୟ ଗୁଳିମାଡ କରିଛି । ଏହାପରେ ସଲମାନ୍‌ଙ୍କ ସୁରକ୍ଷାକୁ କଡାକଡି କରାଯାଇଛି ।
ତେବେ ବିଷ୍ଣୋଇଙ୍କ ଠାରୁ ଅନେକ ଥର ଧମକ ମିଳିବା ପରେ ମଧ୍ୟ ସଲମାନ୍‌ ନିଜ କାର୍ଯ୍ୟରେ କେବେ ହେଳା କରିନଥିବା ଦେଖାଯାଇଛି ।

ଗୋଟିଏ ଦିନ ପରେ ଶ୍ରାବଣ ପୂର୍ଣ୍ଣିମା; ପୁଣି ଗ୍ରହଙ୍କ ଦୁର୍ଲ୍ଲଭ ଯୋଗ.. ଏହି ୫ ରାଶିଙ୍କ ପାଇଁ ଆସୁଛି ବଡ ଖୁସି,ସଫଳତା, କିଣିବେ ଘର,ଗାଡି, ହେବେ ଭାଗ୍ୟଶାଳୀ..

ଜାଣନ୍ତୁ ରାଶି ଅନୁଯାୟୀ ଭାଇକୁ ବାନ୍ଧିବେ କେଉଁ ରଙ୍ଗର ରାକ୍ଷୀ, ଭଉଣୀକୁ ଦେବେ କି ଉପହାର..

ଦେଖନ୍ତୁ ଭିଡିଓ ;ଭୟଙ୍କର ଷଣ୍ଢ ଲଢେଇ ବେଳେ ଯାଉଥିଲେ ଯୁବତୀ, ଯାହା ଅବସ୍ଥା ହେଲା ଭୟରେ ଥରି ଉଠିବ ଛାତି..

Leave A Reply

Your email address will not be published.