Jai Odisha
News

କପିଲ ଶର୍ମାଙ୍କ କାଫେକୁ ପୁଣି ଗୁଳିମାଡ଼

ନୂଆଦିଲ୍ଲୀ: ହାସ୍ୟ ଅଭିନେତା କପିଲ ଶର୍ମାଙ୍କ କାନାଡାର ସରେସ୍ଥିତ କାଫେ ଉପରକୁ ପୁଣି ଗୁଳିମାଡ ହୋଇଛି। ଗୁରୁବାର କପିଲଙ୍କ କପସ୍‌ କାଫେ ଉପରକୁ ପ୍ରାୟ ୨୫ ରାଉଣ୍ଡ ଗୁଳିମାଡ ହୋଇଛି। ଗୁଳିମାଡ ହେବାର ଭିଡିଓ ସାମାଜିକ ଗଣମାଧ୍ୟମରେ ବହୁଳ ପ୍ରସାରିତ ହୋଇଛି। ଏହି ଗୁଳିମାଡ ପାଇଁ ଗୁରୁପ୍ରୀତ ସିଂହ ଓରଫ ଗୋଲ୍ଡି ଧିଲନ ନିଜକୁ ଦାୟୀ କରିଛନ୍ତି। ଗୋଲ୍ଡି ଧିଲନ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ ସହିତ ଅନୁବନ୍ଧିତ ହୋଇଛି। କପିଲ ଶର୍ମାଙ୍କ କାଫେକୁ ଗୋଟିଏ ମାସ ମଧ୍ୟରେ ଏହା ଦ୍ବିତୀୟ ଗୁଳିମାଡ। ଜୁଲାଇ ୧୦ରେ ମଧ୍ୟ କପିଲଙ୍କ ଏହି କାଫେ ଉପରକୁ ଗୁଳିମାଡ ହୋଇଥିଲା। ସେତେବେଳେ ଏହି ଆକ୍ରମଣ ପାଇଁ ଖଲିସ୍ତାନୀ ଆତଙ୍କବାଦୀ ହରଜିତ୍ ସଂିହ ଲାଡି ନିଜକୁ ଦାୟୀ କରିଥିଲା। ହରଜିତ୍ ଭାରତ ପାଇଁ ଜଣେ ମୋଷ୍ଟ ୱାଣ୍ଟେଡ୍ ଆତଙ୍କବାଦୀ। ସେ ବେଆଇନ ଘୋଷିତ ଆତଙ୍କବାଦୀ ସଂଗଠନ ବାବର ଖାଲ୍‌ସା ଇଣ୍ଟରନ୍ୟାସନାଲ ସହିତ ସମ୍ପୃକ୍ତ ଅଛି। କପିଲ ଶର୍ମା ନିହାଙ୍ଗ ସମ୍ପ୍ରଦାୟଙ୍କ ସମ୍ପର୍କରେ ଦେଇଥିବା ଏକ ମନ୍ତବ୍ୟ ପାଇଁ ତାଙ୍କ କାଫେ ଉପରକୁ ଏପରି ଆକ୍ରମଣ ହୋଇଥିବା ହରଜିତ୍ କହିଥିଲେ। ଜୁଲାଇ ୯ରେ କପିଲ ତାଙ୍କର କାଫେଟିକୁ ନିକଟରେ ଉଦ୍‌ଘାଟନ କରିଥିଲେ।

Leave A Reply

Your email address will not be published.