Jai Odisha
News

ଉବୁଡୁବୁ ପ୍ରୟାଗରାଜ ; ପାଣିରେ ବୁଡିଲା ଘର, ମନ୍ଦିର, ନବଜାତକୁ ଧରି ପାଣିରେ ଛଟପଟ ଦମ୍ପତି –

ନୂଆଦିଲ୍ଲୀ : ଦେଶର ଅଧିକାଂଶ ସ୍ଥାନରେ ଜାରି ରହିଛି ପ୍ରବଳରୁ ଅତି ପ୍ରବଳ ବର୍ଷା । ଉତ୍ତରପ୍ରଦେଶ ସମେତ ସମ୍ପୂର୍ଣ୍ଣ ଉତ୍ତର ଭାରତରେ ଲଗାତାର ହେଉଥିବା ବର୍ଷା ଓ ବର୍ଷା କାରଣରୁ ଉପୁଜିଛି ବନ୍ୟା ସ୍ଥିତି । ଅନେକ ନଦୀରେ ଜଳସ୍ତର ବୃଦ୍ଧି ହୋଇ ସହରରେ ଚାରି ଆଡେ ଖାଲି ପାଣି ଆଉ ପାଣି । ସଙ୍ଗମ ନଗରୀ କୁହାଯାଉଥିବା ପ୍ରୟାଗରାଜରେ ଅଧିକାଂଶ ଅଞ୍ଚଳରେ ବନ୍ୟା କାରଣରୁ ପ୍ରବାହିତ ହୋଇଛି । ସେହିପରି ବାରାଣାସୀ ସମେତ ଅନେକ ସହରର ନଦୀରେ ଜଳସ୍ତର ବୃଦ୍ଧି ପାଇଛି ।

ରାକ୍ଷୀ ପୂର୍ଣ୍ଣିମାରେ ଦୁର୍ଲ୍ଲଭ ସଂଯୋଗ; ଏହି ରାଶିଙ୍କ ଉପରେ ଧନ ବର୍ଷା କରିବେ ମା’ଲକ୍ଷ୍ମୀ..

ଉତ୍ତରପ୍ରଦେଶର ୧୭ ଜିଲା ବନ୍ୟା କବଳରେ ରହିଛି । ଏମାନଙ୍କ ମଧ୍ୟରେ ୧୬ ଜିଲା ଏଭଳି ରହିଛି, ଯେଉଁଥିରେ ଗଙ୍ଗା-ଯମୁନାର ଜଳ ହାହାକାର ପରିସ୍ଥିତି ସୃଷ୍ଟି କରିଛି । ପ୍ରୟାଗରାଜ ଠାରୁ ଆରମ୍ଭ କରି ବଲିଆ ପର୍ଯ୍ୟନ୍ତ ଗଙ୍ଗା ନଦୀକୂଳରେ ଥିବା ଅନେକ ଜନବସତି ପାଣିରେ ବୁଡି ରହିଛି । ପ୍ରୟାଗରାଜର ସଲୋରୀ, ରାଜାପୁର, ଦ୍ୱାରାଗଞ୍ଜ, ବଘାଡା ଆଦି ଅଞ୍ଚଳ ବୁଡି ରହିଛି । ସେହିପରି ମିର୍ଜାପୁର, ବାରାଣସୀ, ଚନ୍ଦୌଲୀ, ବଲିୟା, ଆଦି ଅଞ୍ଚଳ ମଧ୍ୟ ପ୍ରଭାବିତ ହୋଇଛି । ସବୁଠାରୁ ଅଧିକ ପ୍ରଭାବ ପ୍ରୟାଗରାଜରେ ଦେଖିବାକୁ ମିଳିଛି । ଯେଉଁଠାରେ ୭ ମାସ ପୂର୍ବରୁ ପାଦ ରଖିବାକୁ ମଧ୍ୟ ସ୍ଥାନ ନଥିଲା ସେ ସମସ୍ତ ଅଞ୍ଚଳ ପାଣିରେ ଉବୁଡୁବୁ ହେଉଛି । ଉତ୍ତର-ଦକ୍ଷିଣ-ପୂର୍ବ-ପଶ୍ଚିମ ସମସ୍ତ ଅଞ୍ଚଳ ଯେପରି ସମୁଦ୍ର ଭ୍ରମ ସୃଷ୍ଟି କରିଛି । ପ୍ରଶାସନ ଲୋକଙ୍କ ସତର୍କ କରିବା ସହ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରୁଛି । ବର୍ଷା ପାଇଁ ସତର୍କ ସୂଚନା ଜରି କରାଯାଇଛି । ପ୍ରୟାଗରାଜରେ ଏବେ ବନ୍ୟା ସ୍ଥିତି ଏଭଳି ହୋଇଛି ଯେ କହିବା ମୁସ୍କିଲ୍‌ ହୋଇପଡିଛି, କେଉଁଠାରେ ଗଙ୍ଗା ଓ ଯମୁନା । ହନୁମାନଜୀରେ କେବଳ ମନ୍ଦିରର ଧର୍ମ ଧ୍ୱଜା ହିଁ ଦେଖାଯାଉଛି ।

ଶିକାରକୁ ଖାଉଥିଲା, ଭିଡିଓ ପାଇଁ ସିଂହ ପାଖକୁ ଯାଉଥିଲେ ଯୁବକ, ତା’ପରେ..

ପ୍ରୟାଗରାଜରେ ଗଙ୍ଗା ନଦୀ କୂଳରେ ହଜାର ହଜାର ଘରେ ବନ୍ୟା ପାଣି ପଶି ରହିଛି । ଖାଦ୍ୟପେୟ ଜିନିଷ ସବୁ ପାଣିରେ ଭାସି ଯାଇଛି । ଅନେକ ଘର ପାଣି ଭିତରେ ବୁଡି ରହିଛି । ବନ୍ୟା ପ୍ରଭାବିତ ଅଞ୍ଚଳରେ ଏନଡିଆରଏଫ ଟିମ୍‌ ଯିବାକୁ ପ୍ରୟାସ କରୁଛନ୍ତି । ଯେପରି ଖାଦ୍ୟ ଓ ପାନୀୟ ଜଳ ପ୍ରଭାବିତ ଅଞ୍ଚଳରେ ପହଞ୍ଚାଇ ପାରିବେ ।
ବଘାଡାରୁ ଏକ ଦୁଃଖଦ ଫଟୋ ସାମ୍ନାକୁ ଆସିଥିଲା । ଯେଉଁଥିରେ ବାପା-ମାଆ ନିଜ ନବଜାତର ଜୀବନ ରକ୍ଷା କରିବାକୁ ଅଣ୍ଟାରୁ ଅଧିକ ପାଣିରେ ଯାଉଥିବା ଦେଖାଯାଇଥିଲା ।
ଏହା ବ୍ୟତୀତ ଯମୁନା କୂଳରେ ସ୍ଥିତ ଆଗ୍ରା, ଇଟାବା, ଔରିଆ, କାନପୁର ଅଞ୍ଚଳରେ , ଫତେହପୁର, ବାନ୍ଦା, ଚିତ୍ରକୁଟ ଆଦି ଅଞ୍ଚଳ ମଧ୍ୟ ବନ୍ୟା କାରଣରୁ ପ୍ରଭାବିତ ହୋଇଛି ।

ଭିଡିଓ ଦେଖିଲେ ଆଶ୍ଚର୍ଯ୍ୟ ହେବେ ; ସାପକୁ ମୁଣ୍ଡିଆ ମାରିଲା ମାଙ୍କଡ, ଆଉ ତା’ପରେ..

 

Leave A Reply

Your email address will not be published.