Jai Odisha
News

ଆଜି ଦୁଇ ଭାଇଙ୍କ ହାତରେ ମା ସୁଭଦ୍ର ବାନ୍ଧିବେ ରାକ୍ଷୀ, ପାଳନ ହେବ ବଳଭଦ୍ରଙ୍କ ଜନ୍ମ ଉତ୍ସବ |

ପୁରୀ: ଆଜି ଶ୍ରୀମନ୍ଦିରରେ ପାଳନ ହେବ ପବିତ୍ର ରାକ୍ଷୀ ପୂର୍ଣ୍ଣିମା ବା ଗହ୍ମା ପୂର୍ଣ୍ଣିମା। ଏହି ଦିନ ଶ୍ରୀମନ୍ଦିରରେ ଦୁଇଟି ପର୍ବ ପାଳନ ହୋଇଥାଏ।  ଆଜି ପ୍ରଭୃ ବଳରାମ ଜନ୍ମ ଗ୍ରହଣ କରିଛନ୍ତି। ସେଥିପାଇଁ ଶ୍ରୀମନ୍ଦିରରେ ବଳଭଦ୍ରଙ୍କ ଜନ୍ମ ଉତ୍ସବରେ ସ୍ବତନ୍ତ୍ର ନୀତି କରାଯିବ। ସେହିପରି ରାକ୍ଷୀ ପୂର୍ଣ୍ଣିମା ଅବସରରେ ମା ସୁଭଦ୍ରା ଦୁଇ ଭାଇ ବଳଭଦ୍ର ଏବଂ ଜଗନ୍ନାଥଙ୍କ ହାତରେ ରାକ୍ଷୀ ବାନ୍ଧିବେ।

ବଡଭାଇଙ୍କ ଜନ୍ମ ଉତ୍ସବ

ପ୍ରତିବର୍ଷ ଏହି ରାକ୍ଷୀ ପୂର୍ଣ୍ଣିମାରେ ବଡଭାଇଙ୍କ ଜନ୍ମ ଉତ୍ସବ ପାଳନ କରାଯାଇଥାଏ। ଏହି ଦିନ ଭୋଗ ମଣ୍ଡପରେ ଭୋଗ ସରିବା ପରେ ସୁଦର୍ଶନଙ୍କୁ ବିମାନରେ ବିଜେ କରାଯାଇ ମାର୍କଣ୍ଡ ପୁସ୍କରଣୀକୁ ନିଆଯାଇଥାଏ।

ସେଠାରେ ବଳଭଦ୍ରଙ୍କ ଜନ୍ମ ଉତ୍ସବ କରାଯାଇଥାଏ। ସେଠାରେ ସେବକମାନେ ବଳଭଦ୍ରଙ୍କ ପ୍ରତୀକ ଭାବେ ଏକ ମାଟିର ପିତୁଳା ନିର୍ମାଣ କରିଥାନ୍ତି। ସେଥିରେ ସେମାନେ ମନ୍ତ୍ର ବୋଲି ଜୀବନ୍ୟାସ ପ୍ରଦାନ କରିଥାନ୍ତି।

ଏହି ମାଟି ପିତୁଳାକୁ ସେବକମାନେ ବିଭିନ୍ନ ରୀତିନୀତିରେ ପୂଜା କରିଥାନ୍ତି। ଶେଷରେ ସେମାନେ ବନ୍ଦାପନା କରି ସେହି ପିତୁଳାକୁ ବିସର୍ଜନ କରିଥାନ୍ତି। ଏହି ଉପଲକ୍ଷେ ଶ୍ରୀମନ୍ଦିରରେ ଗହ୍ମା ମଣ୍ଡାର ସ୍ବତନ୍ତ୍ର ଭୋଗ କରାଯାଇଥାଏ।

ରକ୍ଷା ବନ୍ଧନ

ରକ୍ଷା ବନ୍ଧନ ଉପଲକ୍ଷେ ମଧ୍ୟ ଶ୍ରୀମନ୍ଦିରରେ ଏହି ନୀତି ପାଳିତ ହୋଇଥାଏ। ଭଉଣୀ ସୁଭଦ୍ରା ପ୍ରଭୃ ବଳଭଦ୍ର, ପ୍ରଭୃ ଶ୍ରୀଜଗନ୍ନାଥଙ୍କ ହାତରେ ରାକ୍ଷୀ ବାନ୍ଧିଥାନ୍ତି। ସେଥିପାଇଁ ଦୁଇଟି ସ୍ବତନ୍ତ୍ର ରାକ୍ଷୀ ତିଆରି କରାଯାଇଥାଏ।

ପାଟରା ସେବକମାନେ ଏହି ରାକ୍ଷୀ ପ୍ରସ୍ତୁତ କରିଥାନ୍ତି। ଏହି ରାକ୍ଷୀ ବାସଙ୍ଗ ପାଟରେ ତିଆରି କରାଯାଇଥାଏ।  ଏଥସହିତ ଗୁଆମାଳ ମଧ୍ୟ ପ୍ରଭୃଙ୍କୁ ପରିଧାନ କରାଯାଇଥାଏ। ଏହାକୁ ପାଟରା ସେବକମାନେ ପ୍ରସ୍ତୁତ କରିଥାନ୍ତି।

ମହାପ୍ରଭୃଙ୍କ ରାକ୍ଷୀ ବେଶ୍ ବଡ ଏବଂ ଆକର୍ଷଣୀୟ ହୋଇଥାଏ। ପାଟରା ସେବକମାନେ ମନ୍ଦିର ଭିତରକୁ ରାକ୍ଷୀ ଓ ଗୁଆମାଳ ନେବା ପରେ ସେଠାରେ ସିଂହାରୀ ସେବକମାନେ ଏହି ରାକ୍ଷୀ ଲାଗି ନୀତି ସଂପର୍ଣ୍ଣ କରିଥାନ୍ତି।

Leave A Reply

Your email address will not be published.