Jai Odisha
News

ସକାଳୁ ପିଅନ୍ତୁ ଏହି ସବୁ ପାନୀୟ, ଶରୀରରୁ କମିବ ଚର୍ବି |

ଭୁବନେଶ୍ବର: ଫିଟ୍‌ ରହିବା ପାଇଁ କିଏ ନ ଚାହାନ୍ତି। ସମେସ୍ତ ପତଳା ଓ ସୁଢଳ ରହିବାକୁ ଚାହାନ୍ତି। ମୋଟାପାକୁ ନେଇ ଏବେ ଯୁବପିଢି ବ୍ୟସ୍ତ ଓ ବିବ୍ରତ। ଆଜିକାଲିର ଖାଇବା ପିଇବା ଓ ଜୀବନଶୈଳୀ ଯୋଗୁଁ ଓଜନ ବୃଦ୍ଧି ହୋଇଛି। ଥରେ ମୋଟା ହୋଇଗଲେ ଏହାକୁ କମାଇବା ବହୁତ କଷ୍ଟ। ତେବେ ଆପଣ ଯଦି ମୋଟାପାକୁ ନେଇ ଚିନ୍ତିତ ଅଛନ୍ତି ତେବେ ଆପଣ କିଛି ପାନୀୟ ପିଇ ନିଜକୁ ମୋଟାରୁ ପତଳା କରିପାରିବେ। ଏହି ପାନୀୟ ଗୁଡିକ ଶରୀରର ମେଟାବଲିଜିମ୍‌କୁ ବଢାଇ ଓଜନ କମ୍‌ କରିବାରେ ସାହାଯ୍ୟ କରିଥାଏ। ତେବେ ଆସନ୍ତୁ ଜାଣିବା ସେହି ଡ୍ରିଙ୍କ୍‌ଗୁଡିକ ସମ୍ପର୍କରେ।

ଗ୍ରୀନ୍‌ ଟି:  ଗତ କିଛି ଦଶକ ଧରି ଗ୍ରୀନ୍‌ ଟି ବେଶ୍‌ ଲୋକପ୍ରିୟ ହୋଇପାରିଛି। ଏଥିରେ ଆଣ୍ଟିଅକ୍ସିଡେଣ୍ଟ ରହିଥାଏ। ଯାହା ଦ୍ବାରା ମେଟାବଲିଜିମ୍‌ କରାଇଥାଏ। ତେବେ ଏଥିରେ ଆପଣ ଚିନିର ଉପଯୋଗ ନ କରି ଏହାର ସ୍ବାଦ ବଢାଇବା ପାଇଁ ଲେମ୍ବୁ ରସ ଓ ମହୁ ମିଶାଇ ପିଇ ପାରିବେ। ଏହା ଓଜନ ହ୍ରାସ ପାଇଁ ବେଶ୍‌ ସହାୟକ ହେବ।

ଲେମ୍ବୁ ପାଣି: ଯଦି ଆପଣ ଆପଣଙ୍କ ଦିନକୁ ଗ୍ଲାସେ ଲେମ୍ବୁ ପାଣିରୁ ଆରମ୍ଭ କରିବେ ତେବେ ଏହା ଆପଣଙ୍କୁ ବହୁତ ଫାଇଦା ଦେବ। ଏହା ଶରୀରର ମେଟାବଲିଜମ୍‌କୁ ବଢାଇ ମୋଟାପାକୁ କମ୍‌ କରିଥାଏ। ଏହି ପାନୀୟରେ ଆଣ୍ଟିଅକ୍ସିଡେଣ୍ଟ  ସହ ପୌଷ୍ଟିକ ଫାଇବର ମଧ୍ୟ ରହିଥାଏ। ଯାହା ପେଟରେ ଥିବା ଚର୍ବିକୁ ତରଳାଇବାରେ ସାହାଯ୍ୟ କରିଥାଏ। ଆପଣ ଏଥିରେ ମହୁ ମିଶାଇ ପିଇ ପାରିବେ।

ଜୁଆଣି ପାଣି: ଜୁଆଣି ପାଣି ଆପଣଙ୍କୁ ହଜମ କ୍ରିୟାରେ ବେଶ୍‌ ସାହାଯ୍ୟ କରିଥାଏ। ଏହା ଦ୍ବାରା ପାଚନ ଶକ୍ତି ବୃଦ୍ଧି ପାଇଥାଏ। ଆପଣ ଗୋଟିଏ ଗ୍ଲାସ ପାଣିରେ ଏକ ଚାମଚ ଭଜା ଜୁଆଣିକୁ ପକାଇ ରାତିସାରା ଭିଜାନ୍ତୁ। ଏହାକୁ ସକାଳେ ଛାଣି ପିଅନ୍ତୁ। ଏହାଦ୍ବାରା ଆପଣ ଓଜନକୁ ନିୟନ୍ତ୍ରଣ କରିପାରିବେ।

ଧନିଆ ପାଣି: ଧନିଆ ଶରୀରରେ ମେଟାବଲିଜିମ୍‌କୁ ବଢାଇବା ସହିତ ହଜମ କ୍ରିୟାରେ ସାହାଯ୍ୟ କରିଥାଏ। ଏହାକୁ ରାତି ସାରା ଭିଜେଇ ସକାଳେ ଛାଣି ଖାଲିପେଟରେ ପିଇବା ଦ୍ବରା ଏହାର ଫାଇଦା ମିଳିଥାଏ।

ଜୀରା ପାଣି: ଭାରତୀୟ ମସଲାରେ ଜୀରା ଏକ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ମସଲା। ଜୀରା ପାଚନ ଶକ୍ତିକୁ ବଢାଇବା ସହିତ ପେଟର ଚର୍ବିକୁ ତରଳାଇବାରେ ସାହାଯ୍ୟ କରିଥାଏ। ଏହା ଭୋକକୁ କମାଇବା ସହିତ ଓଜନ ହ୍ରାସରେ ବହୁତ ସାହାଯ୍ୟ କରିଥାଏ। ଏକ ଗ୍ଲାସ୍‌ ପାଣିରେ ଏକ ଚାମଚ ଜୀରାକୁ ପକାଇ ରାତିସାରା ଭିଜାନ୍ତୁ। ସକାଳୁ ଏହାକୁ ଛାଣି ଖାଲିପେଟରେ ପିଅନ୍ତୁ। ଦେଖିବେ ଏହା ଦ୍ବାରା ଆପଣ ଆପଣଙ୍କ ଓଜନକୁ ନିୟନ୍ତ୍ରଣ କରିପାରିବେ।

Leave A Reply

Your email address will not be published.