Jai Odisha
News

ଫ୍ଲୋର୍‌କୁ ଗଲା ତୁଳା

ଭିକ୍ଷାବୃତ୍ତି କରି ଚଳୁଥିବା ଫୁଲବାଣୀର ବୃଦ୍ଧା ତୁଳା ବେହେରାଙ୍କ ଜୀବନୀ ଉପରେ ଆଧାରିତ ଓଡ଼ିଆ ଛବି  ‘ତୁଳା’ର ସୁଟିଂ ୪ ତାରିଖରୁ ଭୁବନେଶ୍ବର ନିକଟ ଭିଙ୍ଗାରପୁରଠାରେ ଆରମ୍ଭ ହୋଇଛି। ଗତ ୧ ତାରିଖରେ ବାଚସ୍ପତି ସୁରମା ପାଢ଼ୀ ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ଏହାର ଶୁଭ ମହୁରତ୍ କରିଥିଲେ। ସ୍ବୟଂ ତୁଳା ବେହେରା ବି ମହୁରତ ବେଳେ ଉପସ୍ଥିତ ଥଲେ। ତୁଳା ମାଉସୀ ଭାବେ ପରିଚିତା ତୁଳା ବେହେରା ଭିକ୍ଷାରେ ପାଇଥିବା ୧ ଲକ୍ଷ ଟଙ୍କା ଫୁଲବାଣୀର ଏକ ଜଗନ୍ନାଥ ମନ୍ଦିରକୁ ଦାନ କରି ଚର୍ଚ୍ଚାକୁ ଆସିଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨୦୨୪ରେ ଏକ ନିର୍ବାଚନୀ ସଭାରେ ତାଙ୍କର ପାଦଛୁଇଁ ପ୍ରଣାମ କରିଥିବା ଘଟଣା ତାଙ୍କୁ ଆହୁରି ପ୍ରସିଦ୍ଧି ଆଣି ଦେଇଥିଲା। ପୁଣି ଭାରତୀୟ ରେଳ କ୍ୟାଲେଣ୍ଡରର ପ୍ରଥମ ପୃଷ୍ଠାରେ ପ୍ରଧାନମନ୍ତ୍ରୀଙ୍କ ସହ ତୁଳାଙ୍କ ଫଟୋ ସ୍ଥାନିତ ହୋଇଥିଲା।

Health: ଡବା ଖାଦ୍ୟରେ ବଞ୍ଚିଛି ୧୭ ବର୍ଷୀୟ ନାବାଳକର ଜୀବନ

ଏଭଳି ଜଣେ ଅତି ସାଧାରଣ ତଥା ବିରଳ ମହିଳାଙ୍କ ଉପରେ ନିର୍ମିତ ଏହି ଫିଲ୍ମର କାହାଣୀ ଓ ଚିତ୍ରନାଟ୍ୟ ଲେଖିଛନ୍ତି ଅଜୟ ରାଉତ ଓ ଜିତେନ୍ଦ୍ର ଜେନା। ନିବେଦ଼ିତା ସାମନ୍ତରାୟ ସହପ୍ରଯୋଜକ ଥିବା ବେଳେ କାର୍ଯ୍ୟକାରୀ ପ୍ରଯୋଜକ ଦାୟିତ୍ବ ବହନ କରିଛନ୍ତି ବିକାଶ କୁମାର ରାଉତ। ‘ଜହ୍ନରାତିର ସାଥୀ’ର ନିର୍ଦ୍ଦେଶକ ତଥା ‘ସିନ୍ଦୂରା’ର କାର୍ଯ୍ୟକାରୀ ନିର୍ଦ୍ଦେଶକ ଜିତେନ୍ଦ୍ର ଜେନା ଏହାର ନିର୍ଦ୍ଦେଶନା ଭାର ବହନ କରିଛନ୍ତି। ଶୀର୍ଷକ ଭୂମିକାରେ ନାୟିକା ଶୀତଲ୍ ପାତ୍ର ଅଭିନୟ କରୁଥିବା ବେଳେ ଅନ୍ୟ ଗୁରୁତ୍ବପୂର୍ଣ୍ଣ ଚରିତ୍ରରେ ଅଛନ୍ତି ସିଦ୍ଧାନ୍ତ ମହାପାତ୍ର, ଅଭିଷେକ ଗିରି, ବିଦୁସ୍ମିତା ଓ ସମରେଶ ରାଉତରାୟ। ବିଜୟ ମଲ୍ଲ, ଅରୁଣ ମନ୍ତ୍ରୀ ଓ ଜିତେନ୍ଦ୍ର ସେଠ୍‌ଙ୍କ ଗୀତକୁ ସଂଗୀତରେ ସଜାଇଛନ୍ତି ବିଷ୍ଣୁ ମୋହନ କବି। ଫିଲ୍ମର ସୁଟିଂ ଭୁବନେଶ୍ବର, କଟକକନ୍ଧମାଳର ବିଭିନ୍ନ ସ୍ଥାନରେ କରାଯିବ ବୋଲି ପ୍ରଯୋଜନା ସଂସ୍ଥା ପକ୍ଷରୁ ସୂଚନା ଦିଆଯାଇଛି।

Horoscope 2026 February 07 : ଜାଣନ୍ତୁ ଆଜିର ରାଶିଫଳ

Leave A Reply

Your email address will not be published.