Jai Odisha
News

ଆଇପିଏସ୍‌ ସ୍ତରରେ ଅଦଳବଦଳ: ବଦଳିଲେ ପୁରୀ ଏସ୍‌ପି, ପ୍ରତୀକ ସିଂହଙ୍କୁ ମିଳିଲା ଦାୟିତ୍ବ

ଭୁବନେଶ୍ବର: ରାଜ୍ୟ ସରକାର ଗୁରୁବାର ବରିଷ୍ଠ ଆଇପିଏଏସ୍‌ ସ୍ତରରେ ଅଦଳବଦଳ କରିଛନ୍ତି। ରାଜ୍ୟ ସରକାର ୧୭ ଜଣ ଆଇପିଏସ୍‌ ଓ ଜଣେ ଓଏଏସ୍‌ ଅଧିକାରୀଙ୍କୁ ବଦଳି କରିଛନ୍ତି। ଏନେଇ ଗୃହ ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଛି। ଏହି କ୍ରମରେ ସରକାର ପୁରୀ ଏସ୍‌ପିଙ୍କୁ ବଦଳି ହୋଇଛି। ଏଠାରେ ପିନାକ ମିଶ୍ରଙ୍କ ସ୍ଥାନରେ ପ୍ରତୀକ ସିଂହଙ୍କୁ ନୂଆ ଦାୟିତ୍ବ ମିଳିଛି। 

CM Mohan Charan Majhi | IPS

Leave A Reply

Your email address will not be published.