Jai Odisha
News

ଚାଇଲ୍ଡ ହେଲ୍ପ ଲାଇନ ଦ୍ଵାରା ନାବାଳିକା ଉଦ୍ଧାର, ଥାନାରେ ମାମଲା ରୁଜୁ

ବିନିକା: ଚାଇଲ୍ଡ ହେଲ୍ପ ଲାଇନ ଦ୍ଵାରା ଉଦ୍ଧାର ହେଲେ ନାବାଳିକା | ସୁବର୍ଣ୍ଣପୁରଜିଲ୍ଲା ବିନିକା ଅଞ୍ଚଳର ‌ଜଣେ ନାବାଳିକା ପାଠ ପଢ଼ି ସାରି ଘରକୁ ଫେରିବା ବେଳେ ଜଣେ ନାବାଳକ ସେଠାରେ ପହଞ୍ଚି ନାବାଳିକା ଯୁବତୀକୁ ଅଶ୍ଳୀଳ ଭାଷାରେ ଗାଳି ଗୁଲଜ କରିବା ସହ ମାଡ଼ ମାରିଥିଲା । ଫଳରେ ନାବାଳିକା ଯୁବତୀ ଲହୁଲୁହାଣ ହୋଇପଡ଼ିଥିଲେ । ନିଜ ଜୀବନକୁ ବଞ୍ଚାଇବାକୁ ଯାଇ ଯୁବତୀ ଜଣକ ସେଠାରୁ ଦୌଡ଼ି ଦୌଡ଼ି ବିନିକା ଥାନାକୁ ଯାଇ ପୋଲିସ ଆଗରେ ସବୁ କଥା କହିଥିଲା । ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା ।ହେଲେ ମାଡ଼ ମାରିଥିବା ନାବାଳକ ସେଠାରୁ ଫେରାର ହୋଇଯାଇଥିଲା ।

ନାବାଳିକା ଜଣକ ମାନସିକ ଚାପରେ ପଡି ବେହୋସ୍ ହୋଇଯିବାରୁ ତତକ୍ଷଣାତ୍ ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା| ଏନେଇ ନାବାଳିକା ଲିଖିତ ଅଭିଯୋଗ ପରେ ବିନିକା ଥାନାରେ ଏକ ମାମାଳା ରୁଜୁକରି ନାବାଳକକୁ ଥାନାକୁ ଡ଼ାକି ତଦନ୍ତ ପରେ ନାବାଳକକୁ ନୋଟିସ ଜାରି କରି ବାପାଙ୍କ ସହ ଛାଡ଼ିଥିବା ବିନିକା ଥାନା ଏସଆଇ ନିରୁପମା ସ୍ବାଇଁ ସୂଚନା ଦେଇଛନ୍ତି | ତେବେ ଚାଇଲ୍ଡ ହେଲ୍ପ ଲାଇନ ଏବଂ ସଖୀର ସଦସ୍ୟମାନେ ବିନିକା ଥାନାକୁ ଆସି ଏବଂ ପରେ  ନାବାଳିକା ଯୁବତୀର ଘରକୁ ଯାଇ ବୁଝି ନାବାଳିକାକୁ ନିଜ ପରିବାରର ପରାମର୍ଶରେ ତାଙ୍କଠୁ ଆଣି ଶିଶୁକଲ୍ୟାଣ ସମିତିରେ ଉପସ୍ଥାପନ କରିଥିଲେ | ଶିଶୁକଲ୍ୟାଣ ସମିତିର ହେମନ୍ତ ଶା ସଦସ୍ୟ ସଖୀରେ ରହିବାକୁ ଅନୁମତି ଦେଇଥିଲେ। 

Leave A Reply

Your email address will not be published.