Jai Odisha
News

ଓଡ଼ିଶାରେ ଏଥର ମାନ୍ଦା ପଡ଼ିବ କି ପୂଜା ବଜାର ?

ଭୁବନେଶ୍ବର : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିଜର ସ୍ବାଧୀନତା ଦିବସ ଭାଷଣରେ ଜିଏସଟି ସଂସ୍କାର କଥା କହିଥିଲେ । ସେ କହିଥିଲେ ଯେ ଆସନ୍ତା ଦୀପାବଳି ଅବସରରେ ବିଭିନ୍ନ ସାମଗ୍ରୀ ଉପରେ ଲାଗୁ ହେଉଥିବା ଜିଏସଟି ହାର ହ୍ରାସ କରାଯିବ । ଠିକ୍ ପାର୍ବଣ ଋତୁ ପୂର୍ବରୁ ପ୍ରଧାନମନ୍ତ୍ରୀଙ୍କ ଏହି ଘୋଷଣା ବଜାରକୁ ଉତ୍ସାହିତ କରିଛି । ବିଶେଷଜ୍ଞମାନଙ୍କ ମତରେ ଜିଏସଟି ହ୍ରାସ ପାଇବା ଯୋଗୁଁ ପାର୍ବଣରେ ବଜାର ସରଗରମ ହେବ । କିନ୍ତୁ ଓଡ଼ିଶାରେ ସେପରି ହେବ କି ?

ପ୍ରଧାନମନ୍ତ୍ରୀଙ୍କ ଘୋଷଣା ପରେ ସୂଚନା ଆସିଥିଲା ଯେ ସରକାର ଜିଏସଟି ସ୍ଲାବକୁ ବର୍ତ୍ତମାନର ୪ଟିକିଆରୁ ୨ଟିକିଆ କରିବାକୁ ବିଚାର କରୁଛନ୍ତି । ବର୍ତ୍ତମାନ ପ୍ରଚଳିତ ୪ଟି ସ୍ଲାବ ହେଲା ୫%, ୧୨%, ୧୮% ଓ ୨୮% । ସରକାରଙ୍କ ଯୋଜନା ଅନୁସାରେ କେବଳ ୫% ଓ ୧୮% ସ୍ଲାବ ରହିବ । ୨୮% ସ୍ଲାବରେ ଆସୁଥିବା ପ୍ରାୟ ୯୦% ସାମଗ୍ରୀ ୧୮% ସ୍ଲାବକୁ ଆସିବ । ଏହା ଫଳରେ ଯେଉଁସବୁ ସାମଗ୍ରୀ ଶସ୍ତା ହେବ ସେଗୁଡ଼ିକ ମଧ୍ୟରେ ଅଛି ଏସି, ଫ୍ରିଜ ପରି ହୋମ ଆପ୍ଲାଏନ୍ସେସ, ୧୨୦୦ ସିସିରୁ କମ ଇଂଜିନ ବିଶିଷ୍ଟ କାର ଇତ୍ୟାଦି । ସେହିପରି ୧୨% ଜିଏସଟି ଆଦାୟ କରାଯାଉଥିବା ଅଧିକାଂଶ ସାମଗ୍ରୀ ୫% ଅଧିନକୁ ଆସିବେ । ଏହା ଫଳରେ ଔଷଧ, ଡେରି ଉତ୍ପାଦ, ପ୍ରୋସେସଡ ଫୁଡ୍ ଆଦି ଶସ୍ତା ହେବ । 

ଦଶହରା ବଜାରକୁ ଅପେକ୍ଷା କରିଥିବା ଓଡ଼ିଶା କଥା କଣ ? ଦଶହରା ବଜାରରେ କାର୍, ଏସି, ମୋବାଇଲ ଫୋନ କିମ୍ବା ଫ୍ରିଜ କିଣିବାକୁ ଚାହିଁ ବସିଥିବା ଗ୍ରାହକ ନିଜର କ୍ରୟ ଯୋଜନା ବାତିଲ କରି ଦୀପାବଳୀକୁ ଅପେକ୍ଷା କରିବେ, କାରଣ ସେତେବେଳକୁ ଦର କମିବ । ଏଣୁ ଏଥର ଓଡ଼ିଶାରେ ଦଶହରା ବଜାର ମାନ୍ଦା ପଡ଼ିବ । 

ଏବେ ପାର୍ବଣ ପ୍ରସଙ୍ଗକୁ ଆସିବା । ଭାରତରେ ପାର୍ବଣ ଋତୁ କହିଲେ ଗଣେଶ ପୂଜାଠାରୁ ଆରମ୍ଭ କରି ଦୀପାବଳି ପର୍ଯ୍ୟନ୍ତ ସମୟକୁ ବୁଝାଏ । କିନ୍ତୁ ଉତ୍ତର-ଭାରତରେ ପ୍ରମୁଖ ପାର୍ବଣ ସମୟ କହିଲେ ଦୀପାବଳୀ ଆଖପାଖ ସପ୍ତାହକୁ ହିଁ ବୁଝାଏ । କିନ୍ତୁ ଓଡ଼ିଶା ଓ ପଶ୍ଚିମବଙ୍ଗରେ ତାହା ହେଉଛି ଦଶହରା ସମୟ । ଓଡ଼ିଶାରେ ଦଶହରା ସମୟରେ ହିଁ ବଜାର ବିଶେଷ ସରଗରମ ଥାଏ । ଲୋକମାନେ ବର୍ଷର ଏହି ସମୟରେ ହିଁ ସର୍ବାଧିକ କିଣାବିକା କରିଥାନ୍ତି-କିଏ କାର କିଣେ ତ କିଏ ବାଇକ୍ । ଆଉ କିଏ ଏଲଇଡି ଟିଭି ତ ଆଉ କିଏ ଏସି ଓ ଫ୍ରିଜ୍ । ଏହି ଋତୁରେ ପୋଷାକ ଓ ମୋବାଇଲ କିଣିବା ତ ସାଧାରଣ କଥା । ଏଣୁ ପୂଜା ବଜାର ଉପରେ ବ୍ୟବସାୟୀ ଓ କମ୍ପାନିମାନଙ୍କ ନଜର ଥାଏ । ଓଡ଼ିଶାରେ ଦଶହରା ବଜାର ଯାହା ଉତ୍ତରଭାରତ ଓ ପଶ୍ଚିମ ଭାରତରେ ଦୀପାବଳି ବଜାର ସେୟା । 

କିନ୍ତୁ ପ୍ରଧାନମନ୍ତ୍ରୀଙ୍କ ଘୋଷଣା ଅନୁସାରେ ଦୀପାବଳୀ ସମୟରେ ଜିଏସଟି ହ୍ରାସ ପାଇବ । ଅର୍ଥାତ୍ ସେହି ସମୟରେ ହିଁ ବିଭିନ୍ନ ସାମଗ୍ରୀର ଦର ହ୍ରାସ ପାଇବ । କିନ୍ତୁ ଦଶହରା ବଜାରକୁ ଅପେକ୍ଷା କରିଥିବା ଓଡ଼ିଶା କଥା କଣ ? ଦଶହରା ବଜାରରେ କାର୍, ଏସି, ମୋବାଇଲ ଫୋନ କିମ୍ବା ଫ୍ରିଜ କିଣିବାକୁ ଚାହିଁ ବସିଥିବା ଗ୍ରାହକ ନିଜର କ୍ରୟ ଯୋଜନା ବାତିଲ କରି ଦୀପାବଳୀକୁ ଅପେକ୍ଷା କରିବେ, କାରଣ ସେତେବେଳକୁ ଦର କମିବ । ଏଣୁ ଏଥର ଓଡ଼ିଶାରେ ଦଶହରା ବଜାର ମାନ୍ଦା ପଡ଼ିବା ନିଶ୍ଚିତ । ଅନ୍ୟପଟେ ଦୀପାବଳୀ ସମୟକୁ ଉତ୍ତରଭାରତ ସମେତ ସାରା ଦେଶରେ ବଜାରରେ ଉତ୍ସାହ ଦେଖିବାକୁ ମିଳିବ ।

Leave A Reply

Your email address will not be published.