Jai Odisha
News

ରାଜଧାନୀର ଏ.ଜି. ଛକରେ ସିରିଜ ଦୁର୍ଘଟଣା: କାରକୁ ପିଟିଲା ହାଇୱା ଟ୍ରକ୍, ଅଳ୍ପକେ ବର୍ତ୍ତିଲେ ଚାଳକ ଓ ଯାତ୍ରୀ

ଭୁବନେଶ୍ଵର: ମଧ୍ଯ ରାତ୍ରିରେ ରାଜଧାନୀର ଏ.ଜି. ଛକରେ ସିରିଜ ଦୁର୍ଘଟଣା। କାରକୁ ପିଟିଲା ହାଇୱା ଟ୍ରକ୍। ଅଳ୍ପକେ ବର୍ତ୍ତିଲେ କାର ଗାଡ଼ି ଚାଳକ ଓ ଯାତ୍ରୀ। ହାଇୱା ଟ୍ରକ୍ ଟି ରାଜମହଲରୁ କଲ୍ପନା ଆଡ଼କୁ  ଯାଉଥିବା ବେଳେ କାରଟି ବିମାନ ବନ୍ଦରରୁ ତ୍ରିଶୂଳିଆ ଅଭିମୁଖେ ଯାଉଥିଲା।  ହାଇୱା ଟ୍ରକଟି ଦ୍ରୁତ ଗତିରେ ଆସି ପ୍ରଥମେ ବିମାନବନ୍ଦର ଆଡୁ ଆସୁଥିବା କାର୍ କୁ ଧକ୍କା ଦେଇଥିଲା, ପରେ କାରଟି ନିଜ ଭାରସାମ୍ୟ ହରାଇ ଅନ୍ୟ ଏକ କାର ସହ ପିଟି ହୋଇଥିଲା।

ବିମାନବନ୍ଦରରୁ ଯେଉଁ ଯାତ୍ରୀଜଣଙ୍କ ଯାଉଥିଲେ ତାଙ୍କର ମୁଣ୍ଡ ଏବଂ ଆଖିରେ ଗଭୀର ଆଘାତ ଲାଗିଥିବା ବେଳେ ଡ୍ରାଇଭରଜଣଙ୍କ ସାମାନ୍ୟ ଆହତ ହୋଇଛନ୍ତି। ଦୁଇ ଆହତଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଚିକିତ୍ସା କରାଯାଉଛି।  କମିସନରେଟ ପୁଲିସର ଢିଲା ନାଇଟ ପାଟ୍ରୋଲିଂ ଏବଂ ରାତି ୧୧ଟା ପରେ ଟ୍ରାଫିକ ଲାଇଟ୍ ବନ୍ଦ ହେବା ଯୋଗୁଁ ଏଭଳି ଦୁର୍ଘଟଣା ରାଜଧାନୀ ଭୁବନେଶ୍ଵରରେ ପ୍ରତ୍ୟେକ ଦିନ ଏଭଳି ଘଟଣା ଘଟୁଛି। 

Leave A Reply

Your email address will not be published.