Jai Odisha
News

ଯୁବତୀଙ୍କୁ ଦୁଷ୍କର୍ମ ପରେ ବିଷ ପିଆଇ ହତ୍ୟା ! –

ସମାଜ ଡିଜିଟାଲ ଡେସ୍କ: ଯୁବତୀଙ୍କୁ ଦୁଷ୍କର୍ମ ପରେ ବିଷ ପିଆଇ ହତ୍ୟା କଲେ ଦୁର୍ବୃତ୍ତ। ଏଭଳି ଜଘନ୍ୟ ଘଟଣା ସାମ୍ନାକୁ ଆସିଛି ନବରଙ୍ଗପୁର ଜିଲା କୋଷାଗୁମୁଡ଼ା ଅଞ୍ଚଳରୁ। ରବିବାର ଗାଁ ପାଖ ପଡ଼ିଆ ନିକଟରୁ ଯୁବତୀଙ୍କ ମୃତଦେହ ଉଦ୍ଧାର ହୋଇଛି। ତାଙ୍କୁ ଦୁଷ୍କର୍ମ ପରେ ବିଷ ପିଆଇ ହତ୍ୟା କରାଯାଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି।

ସୂଚନା ଅନୁସାରେ, ଯୁବତୀ ଜଣକ ଶନିବାର ସନ୍ଧ୍ୟାରେ ଗାଁ ପାଖ ପଡ଼ିଆକୁ ଶୌଚ ପାଇଁ ଯାଇଥିଲେ। କିନ୍ତୁ ଆଉ ଘରକୁ ଫେରି ନ ଥିଲେ। ପରିବାର ଲୋକେ ରାତିରେ ଖୋଜାଖୋଜି କରିଥିଲେ ହେଁ ଯୁବତୀଙ୍କ ସନ୍ଧାନ ମିଳି ନ ଥିଲା। ଯାହାଫଳରେ ସେମାନେ ଚିନ୍ତାରେ ପଡ଼ିଯାଇଥିଲେ। ସକାଳେ ପଡ଼ିଆ ନିକଟରେ ଯୁବତୀଙ୍କ ମୃତଦେହ ପଡ଼ିଥିବା ଗାଁ ଲୋକେ ଦେଖିଥିଲେ। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ତଦନ୍ତ ଚଳାଇଛି।

Leave A Reply

Your email address will not be published.