୩୨୦ ବୋତଲ ନକଲି କଫସିରପ ଜବତ, ୩ ଗିରଫ –

ରେଙ୍ଗାଲିକ୍ୟାମ୍ପ: ନକଲି କଫସିରଫ ବିକ୍ରି କରୁଥିବା ୩ ଅଭିଯୁକ୍ତ ଅତାବିରା ପୁଲିସ ହାତରେ ଧରାପଡ଼ିଛନ୍ତି। ସେମାନଙ୍କ ନିକଟରୁ ୩୨୦ ବୋତଲ ନକଲି କଫସିରପ ଜବତ କରାଯାଇଛି।
ବରଗଡ଼ ଏସପିଙ୍କ ନିର୍ଦେଶରେ ଅତାବିରା ପୁଲିସ ଅତାବିରା ବ୍ଲକ ଅନ୍ତର୍ଗତ ବଡ଼ମାଳଠାରେ ଚଢ଼ାଉ କରି ଅଭିଯୁକ୍ତମାନଙ୍କୁ ଗିରଫ କରିଥିଲା। ଅଭିଯୁକ୍ତମାନେ ବିକ୍ରି ପାଇଁ ପାଖରେ ରଖିଥିବା ୩୨୦ ବୋତଲ କଫସିରପ ଓ ୫୦ଟି ନିଟ୍ରାଜେପାମ ବଟିକାକୁ ପୁଲିସ ଜବତ କରିଥିଲା। ଅଭିଯୁକ୍ତମାନେ ହେଲେ ବରଗଡ଼ ଜିଲ୍ଲା ଅତାବିରା ଥାନା ଅନ୍ତର୍ଗତ ବଡ଼ମାଳ ଗ୍ରାମର ହିମାଂଶୁ ମିର୍ଦ୍ଧା, ସିନ୍ଦୂର ବହାଲ ଗ୍ରାମର ଶୁଭମ୍ ନାଏକ ଏବଂ ସମ୍ବଲପୁରର ଜଣେ ନାବାଳକ। ଅଭିଯୁକ୍ତ ନାବାଳକକୁ ଜୁଭେନାଇଲ କୋର୍ଟରେ ହାଜର କରାଯାଇଛି।