Jai Odisha
News

ବାପା ହେଲାପରେ ବଦଳିଗଲେ ସରକାରୀ ବାବୁ ! –

ଭୁବନେଶ୍ବର : ହସ୍ପିଟାଲ ବେଡ଼ରେ ସ୍ତ୍ରୀ ପିଲାକୁ ଛାଡି ଚାଲିଗଲେ ଓଏଏସ୍ ବାବୁ। ଭୁବନେଶ୍ୱର ମହିଳା ଥାନାରେ ଅଭଯୋଗ କରିଛନ୍ତି ଓଏଏସ୍ ଅଫିସର ସାର୍ଥକ ମହାପାତ୍ରଙ୍କ ପତ୍ନୀ ଅର୍ଚ୍ଚନା ଦାଶ । ଅର୍ଚ୍ଚନାଙ୍କ ଅଭିଯୋଗ ଅନୁସାରେ ଗତ ମେ ମାସ ୭ ତାରିଖରେ ଏକ ଘରୋଇ ହସ୍ପିଟାଲରେ ତାଙ୍କର ଏକ ପୁଅ ଜନ୍ମ ହୋଇଥିଲା। ତେବେ ପୁଅ ଜନ୍ମ ହେବାର ମାତ୍ର ୩ ଦିନ ପରେ କାହାକୁ ନଜଣାଇ ଅଫିସର ସାର୍ଥକ ତାଙ୍କୁ ଛାଡି ଚାଲିଯାଇଛନ୍ତି । ଅନ୍ୟପଟେ ସ୍ୱାମୀଙ୍କ ସହ ଶାଶୁ ଓ ନଣନ୍ଦଙ୍କ ନାମରେ ଅଭିଯୋଗ ଆଣିଛନ୍ତି ଅର୍ଚ୍ଚନା। ଗୋଟେ ପଟେ ତାଙ୍କୁ ଓ ତାଙ୍କ ନବଜାତ ପୁଅକୁ ସ୍ୱାମୀ ଗ୍ରହଣ କରୁ ନଥିବା ଅଭିଯୋଗ କରିଥିବାବେଳେ ଅନ୍ୟପକ୍ଷେ ସାର୍ଥକ ମହାପାତ୍ର ସବୁ ଜବାବ ଥାନାରେ ଦେବେ ବୋଲି କହିଛନ୍ତି।

Leave A Reply

Your email address will not be published.