Jai Odisha
News

ଗୋପାଳପୁର ଗଣଦୁଷ୍କର୍ମ: ଚାର୍ଜଶିଟ୍‌ ଦାଖଲ କଲା କ୍ରାଇମବ୍ରାଞ୍ଚ –

ସମାଜ ଡିଜିଟାଲ ଡେସ୍କ: ଗୋପାଳପୁର ଗଣଦୁଷ୍କର୍ମ ମାମଲାର ତଦନ୍ତ କରୁଥିବା କ୍ରାଇମବ୍ରାଞ୍ଚ ସୋମବାର ଚାର୍ଜଶିଟ୍ ଦାଖଲ କରିଛି। କ୍ରାଇମବ୍ରାଞ୍ଚ ପକ୍ଷରୁ ଅଦାଲତରେ ୫୭୪ ପୃଷ୍ଠାର ଏହି ଚାର୍ଜଶିଟ୍ ଦାଖଲ କରାଯାଇଛି।

ସୂଚନାଯୋଗ୍ୟ, ଗତ ଜୁନ ୧୫ ତାରିଖରେ ଯୁବତୀ ଜଣକ ନିଜ ପୁରୁ​‌ଷ ବନ୍ଧୁଙ୍କ ସହିତ ଗୋପାଳପୁର କାଠପୋଲ ଅଞ୍ଚଳକୁ ବୁଲିବାକୁ ଯାଇଥିଲେ। ସନ୍ଧ୍ୟା ପ୍ରାୟ ୭ଟାରେ ୧୦ ଜଣ ଯୁବକ ପୁରୁଷ ବନ୍ଧୁଙ୍କୁ ମାଡ଼ ମାରିବା ସହିତ ଯୁବତୀଙ୍କୁ ଦୁଷ୍କର୍ମ କରିଥିଲେ। ଏ ନେଇ ପୀଡ଼ିତା ରାତି ୧୧ଟାରେ ଥାନାରେ ପହଞ୍ଚି ଅଭିଯୋଗ କରିଥିଲେ। ପରବର୍ତ୍ତୀ ସମୟରେ ପୁଲିସ ଅଭିଯୁକ୍ତମାନଙ୍କୁ ଗିରଫ କରିଥିଲା। ରାଜ୍ୟ ସରକାର ମାମଲାର ତଦନ୍ତ ଦାୟିତ୍ଵ କ୍ରାଇମବ୍ରାଞ୍ଚଙ୍କୁ ଦେଇଥିଲେ।

Leave A Reply

Your email address will not be published.