ନୂଆପଡା ଉପନିର୍ବାଚନକୁ ନେଇ ବିଜେଡିର ବଡ ଅଭିଯୋଗ, ୬୩ଟି ବୁଥରେ ଭୋଟ ଯାଞ୍ଚ ପାଇଁ ଦାବୀ |
ଭୁବନେଶ୍ବର: ନୂଆପଡା ଉପନିର୍ବାଚନ ଶେଷ ହୋଇଥିଲେ ମଧ୍ୟ ଏହାର ତାତି ଏ ପର୍ଯ୍ୟନ୍ତ ହ୍ରାସ ପାଇ ନାହିଁ। ଦିନକୁ ଦିନକ ଏହି ନିର୍ବାଚନ ତାତି ବଢିବାରେ ଲାଗିଛି। ତେବେ ବିଜେଡି ଏ ନେଇ ଏକ ବଡ ଅଭିଯୋଗ କରିଛି। ତାହା ହେଲା ଯେ, ଦଳ ତରଫରୁ ୬୩ ଟି ବୁଥରେ ପୁନଃଯାଞ୍ଚ କରିବାକୁ ନିର୍ବାଚନ କମିଶନରଙ୍କ ନିକଟରେ ଅଭିଯୋଗ କରାଯିବ। ଗତକାଲି ଦଳର ରାଜନୈତିକ ବ୍ୟାପାର କମିଟ ବୈଠକରେ ଏହି ନିଷ୍ପତି ଗ୍ରହଣ କରାଯାଇଛି।
ଏ ନେଇ ପିଏସି କମିଟର ସଦସ୍ୟା ବିଧାୟିକା ପ୍ରମିଳା ମଲ୍ଲିକ କହିଛନ୍ତି ଯେ, ନୂଆପଡାରେ ଶାସନ ଦଳର ସିଧା ହସ୍ତକ୍ଷେପରେ ଭୋଟ ଟ୍ୟାମ୍ପରିଂ କରାଯାଇଛି। ଏ ନେଇ ଦଳ ତରଫରୁ ବୁଥ ସ୍ତରୀୟ ହିସାବ କରାଯାଇଥିଲା। ଏଥିରୁ ଜଣାପଡିଲା ଯେ, ସେହି ନିର୍ବାଚନରେ ୬୩ ଟି ବୁଥରେ ୯୦ ପ୍ରତିଶତରୁ ଅଧିକ ଭୋଟ ଗଣତି ହୋଇଛି। ଏହି ବୁଥଗୁଡିକରେ କେତେକ ସ୍ଥାନରେ ଭୋଟ ଗ୍ରହଣ ଠାରୁ ଭୋଟ ଗଣତି ମଧ୍ୟ ଅଧିକ ହୋଇଛି।
ଏଥିରୁ ସ୍ପଷ୍ଟ ହୋଇଛି ଯେ, ଏହି ବୁଥଗୁଡିକରେ ଭୋଟ ଟ୍ୟାମ୍ପରିଂ କରାଯାଇଛି। ନଚେତ ଏତେ ପରିମାଣରେ ଭୋଟ ଗଣତି କିପରି ହେଲା ବୋଲି ପ୍ରମିଳା ପ୍ରଶ୍ନ କରିଛନ୍ତି। ଏଥିରେ ଶାସକ ଦଳର ପୂର୍ଣ୍ଣ ସଂପୃକ୍ତି ରହିଛି। ସେମାନେ କଳା ଟଙ୍କା, ଶାସନ କଳ, ଟେକନୋଲୋଜିର ଅପବ୍ୟବହାର କରି ଏହି ଭୋଟରେ ଜାଲିୟାତି କରିଛନ୍ତି। ଏ ନେଇ ଦଳ ତରଫରୁ ବ୍ୟାପକ ଅନୁଧ୍ୟାନ କରାଯାଉଛି। ଏହାପରେ ଦିଲ୍ଲୀରେ ନିର୍ବାଚନ କମିଶନରଙ୍କୁ ସାକ୍ଷାତ କରି ଏକ ଅଭିଯୋଗ ଦାଖଲ କରାଯିବ ବୋଲି ପ୍ରମିଳା କହିଛନ୍ତି।
G20 Summit Johannesburg: Modi Meets South African President on Sidelines (Click Here To Read)