୩ ଦୁର୍ଦ୍ଦାନ୍ତଙ୍କୁ ଏନ୍କାଉଣ୍ଟର୍ –
ରାଉରକେଲା: ରାଉଲକେଲାରେ ଦୁର୍ଦ୍ଦାନ୍ତ ଡ଼କାୟତ ଗ୍ୟାଙ୍କକୁ ଧରିବାରେ ସଫଳ ହୋଇଛି ରାଉରକେଲା ପୋଲିସ । କୁଚେଇତା ଓ ଲାମ୍ସୀ ନିକଟରେ ୩ ଦୁର୍ଦ୍ଦାନ୍ତ ଅପରାଧୀଙ୍କୁ ଏନ୍କାଉଣ୍ଟର୍ କରି ଧରିଛି। ଏନକାଉଣ୍ଟରରେ ଆହତ ୩ ଅପରାଧୀଙ୍କୁ ଚିକିତ୍ସା ପାଇଁ ରାଉରକେଲା ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ପୋଲିସ୍ର ସ୍ୱତନ୍ତ୍ର ଟିମ୍କୁ ଚକ୍ମା ଦେଇ ଫେରାର୍ ବେଳେ ଏନ୍କାଉଣ୍ଟର୍ କଲା ରାଉରକେଲା ପୋଲିସ। ୩ ଦୁର୍ଦ୍ଦାନ୍ତ ଅପରାଧୀଙ୍କୁ ଏନ୍କାଉଣ୍ଟର୍ କରିବା ସହ ଡକାୟତି ଗ୍ୟାଙ୍ଗର ଅନ୍ୟ ୫ ଜଣଙ୍କୁ ମଧ୍ୟ ଗିରଫ କରିଛି । ବଣାଇ, କୋଇଡା ଏବଂ ବରସୁଆଁରେ ଘଟିଥିବା ବଡ଼ ଚୋରି ମାମଲାରେ ଏହି ଅପରାଧୀମାନେ ସମ୍ପୃକ୍ତ ଥିବା ପୋଲିସ ସନ୍ଦେହ କରୁଛି। ଘଟଣାସ୍ଥଳରେ ଡ଼କାୟତି ମାନଙ୍କ ପାଖରୁ ଘଟଣାରେ ବ୍ୟବହୃତ ୩ଟି ପିସ୍ତଲ୍ ଓ ଗୋଟିଏ ବାଇକ୍ ଜବତ କରିଛି ପୋଲିସ ।