Jai Odisha
News

ମୁଖ୍ୟମନ୍ତ୍ରୀଙ୍କୁ ଆକ୍ରମଣ କରିଥିଲେ ଏହି ବ୍ୟକ୍ତି –

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତାଙ୍କ ଉପରେ ଆକ୍ରମଣ କରିଥିବା ବ୍ୟକ୍ତିଙ୍କୁ ଚିହ୍ନଟ କରାଯାଇଛି । ଅଭିଯୁକ୍ତ ଜଣକ ଗୁଜୁରାଟର ରାଜକୋଟର ବାସିନ୍ଦା ରାଜେଶ ଖିମଜୀ । ସୂଚନା ଅନୁସାରେ ମୁଖ୍ୟମନ୍ତ୍ରୀଙ୍କ ଜନଶୁଣାଣି ସମୟରେ ଏହି ବ୍ୟକ୍ତି ଜଣକ ହଠାତ୍‍ ମୁଖ୍ୟମନ୍ତ୍ରୀଙ୍କ ସମ୍ମୁଖରେ ଚିକ୍ରାର କରିବା ଆରମ୍ଭ କରିଥିଲେ । ଏହାପରେ ସେ ମୁଖ୍ୟମନ୍ତ୍ରୀଙ୍କୁ ଆକ୍ରମଣ କରିଥିଲେ । ହଠାତ୍‍ ଏଭଳି ଘଟଣା ଘଟିବାରୁ ମୁଖ୍ୟମନ୍ତ୍ରୀ ରେଖାଗୁପ୍ତା ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ଆକ୍ରମଣକାରୀକୁ ପୁଲିସ ଗିରଫ କରି ପଚରାଉଚରା କରୁଛି ।

Leave A Reply

Your email address will not be published.