Jai Odisha
News

ଆଇଇଡ଼ି ବିସ୍ଫୋରଣ: ଯବାନ ଗୁରୁତର –

ସୁନ୍ଦରଗଡ: ସରଣ୍ଡା  ଜଙ୍ଗଲରେ  ଆଇଡି  ବ୍ଲାଷ୍ଟ ।  ଜଣେ ଯବାନ ଗୁରୁତର ଆହତ ଅଛନ୍ତି ।  ସରଣ୍ଡା ଜଙ୍ଗଲରେ  ସର୍ଚ୍ଚ ଅପରେସନ ବେଳେ  ଆଇଡି ବିସ୍ଫୋରଣ ହୋଇଛି । ଯେଉଁଥିରେ  ଝାଡଖଣ୍ଡ ଜାଗୁଆରର ଯବାନ ମନୋଜ ଦମାଇ ଗୁରୁତର ଆହତ ହୋଇଛନ୍ତି ।  ଛୋଟନଗର ଥାନା ଅନ୍ତର୍ଗତ ବାବୁଡରା ନିକଟ ସରଣ୍ଡା ଜଙ୍ଗଲରେ  ଏହି ବିସ୍ଫୋରଣ ହୋଇଛି ।  ଗୁରୁତର ଯବାନଙ୍କୁ  ଏୟାର ଲିଫ୍ଟ କରାଯାଉଛି ।  ଗତକାଲି ସରଣ୍ଡା ଜଙ୍ଗଲରୁ  ୧୮ ହଜାର ଡିଟୋନେଟର ଜବତ କରିଥିଲେ ଝାଡଖଣ୍ଡ ଯାଗୁଆର ଓ ସିଆରପିଏଫ ୬୦ ବାଟାଲିୟନ  ଯବାନ ।

Comments are closed.