ମହାମାରୀ ଘୋଷଣା କରି ଝାଡ଼ାବାନ୍ତି ଓ ହଇଜାକୁ ନିୟନ୍ତ୍ରଣ କର : ସି.ପି.ଆଇ.(ଏମ୍) –

ଭୁବନେଶ୍ୱର: ସଂପ୍ରତିଓଡ଼ିଶାରେଝାଡ଼ାବାନ୍ତିରୋଗହଇଜାରରୂପ ନେଇଥିଲାବେଳେଏହାକୁ ନିୟନ୍ତ୍ରଣକରିବାରେରାଜ୍ୟସରକାରସଂପୂର୍ଣ୍ଣଭାବେବ୍ୟର୍ଥ ହୋଇଥିବାରୁସି.ପି.ଆଇ.(ଏମ୍) ରାଜ୍ୟସଂପାଦକମଣ୍ଡଳୀଗଭୀର ଉଦ୍ବେଗ ପ୍ରକାଶକରୁଛି । ଆଠଟିରୁ ଅଧିକଜିଲ୍ଲାକୁବ୍ୟାପିଥିବାଏହିରୋଗରେବିସ୍ତିର୍ଣ୍ଣ ଅଞ୍ଚଳରୁ ଦୁଇହଜାରରୁ ଅଧିକରୋଗୀସଂକ୍ରମିତହେବା, କେତେକରୋଗୀଙ୍କଶରୀରରେହଇଜାରୋଗର “ଭିବ୍ରିଓ” ଜୀବାଣୁଚିହ୍ନଟହେବାଏବଂ ୨୧ଜଣ ମୃତ୍ୟୁବରଣକରିବାସତ୍ତ୍ୱେକେନ୍ଦ୍ରୀୟ ଅନୁଧ୍ୟାନକାରୀ ଦଳ ଏହାକୁ “ମହାମାରୀ” ଆଖ୍ୟା ଦେବାକୁ ପ୍ରତ୍ୟାଖ୍ୟାନ କରିବାବାସ୍ତବତାକୁ ଅସ୍ୱୀକାରବ୍ୟତୀତ ଅନ୍ୟ କିଛି ନୁହେଁ । କେନ୍ଦ୍ରୀୟ ଦଳଙ୍କଏହିବକ୍ତବ୍ୟରାଜ୍ୟସରକାରଙ୍କବିଫଳତାକୁ ଘଣ୍ଟଘୋଡ଼ାଇବା ପାଇଁଉଦ୍ଦିଷ୍ଟ ଅଟେ । ଝାଡ଼ାବାନ୍ତି ଓ ହଇଜାଜଳବାହିତରୋଗହୋଇଥିଲାବେଳେଏହାସ୍ୱୀକାରକରିବାକୁ ପଡ଼ିବ ଯେ ଲୋକଙ୍କ ପାଖରେବିଶୁଦ୍ଧ ପାନୀୟଜଳ ପହଞ୍ôଚ ପାରିନାହିଁ ଓ ଦୂଷିତଜଳ ତଥା ଖାଦ୍ୟର ପ୍ରସାରଏହିସଂକ୍ରମଣ ପାଇଁ ଦାୟୀ । ଏହାରାଜ୍ୟସରକାରଙ୍କଉଭୟ ପ୍ରତିଷେଧମୂଳକ ଓ ଚିକିତ୍ସାଗତବିଫଳତାର ପ୍ରମାଣବହନ କରେ ।
ମହାମାରୀକୁ ନିୟନ୍ତ୍ରଣକରିବା ପାଇଁ ପାଣି ଓ ଖାଦ୍ୟ ଉପରେ ପୂର୍ଣ୍ଣକଟକଣାଜାରିକରିବାକୁସି.ପି.ଆଇ.(ଏମ୍) ଦାବିକରୁଛି । ଡ଼ାକ୍ତରଖାନାଗୁଡ଼ିକରେ ପର୍ଯ୍ୟାପ୍ତ ସଂଖ୍ୟାରେଶଯ୍ୟା, ଡ଼ାକ୍ତର, ନର୍ସ, ସ୍ୱାସ୍ଥ୍ୟକର୍ମୀ, ଉନ୍ନତମାନରଔଷଧ, ସଂକଟାପନ୍ନ ସ୍ଥିତିରେ ଥିବାରୋଗୀମାନଙ୍କର ଉନ୍ନତ ଚିକିତ୍ସାରବନ୍ଦୋବସ୍ତସହସର୍ବତ୍ରଜଳରଉତ୍ସକୁବିଶୋଧନ କରିବା ପାଇଁସି.ପି.ଆଇ.(ଏମ୍) ଦାବିକରୁଛି । ଓଡ଼ିଶାରଝାଡ଼ାବାନ୍ତି ଓ ହଇଜାକୁମହାମାରୀବୋଲିଘୋଷଣାକରିବାସହଏହାର ପ୍ରତିକାର ପାଇଁ ଆନୁଷଙ୍ଗିକ ପଦକ୍ଷେପ ନେବାକୁକେନ୍ଦ୍ର ଓ ରାଜ୍ୟସରକାରଙ୍କ ପାଖରେ ପାର୍ଟି ଦାବିକରୁଛି । ୨୦୨୪ ସୁଦ୍ଧା “ଜଳଜୀବନ ମିଶନ” ଜରିଆରେ ଦେଶରଗ୍ରାମାଞ୍ଚଳର ପ୍ରତି ପରିବାରକୁ ପାଇପ୍ଯୋଗେବିଶୁଦ୍ଧ ପାନୀୟଜଳଯୋଗାଇଦେବାକୁମୋଦି ସରକାରଯେଉଁଘୋଷଣାକରିଥିଲେ, ଡ଼ବଲଇଞ୍ଜିନ୍ସରକାରତାକୁ ଯୁଦ୍ଧକାଳୀନ ଭିତ୍ତିରେ ଆଗାମୀ ଛଅ ମାସମଧ୍ୟରେ ଅର୍ଥାତ୍ ୨୦୨୫ ସୁଦ୍ଧାକାର୍ଯ୍ୟକାରୀକରିବାକୁସି.ପି.ଆଇ.(ଏମ୍) ଦାବିକରୁଛି । ଆଜିରାଜ୍ୟ ଦପ୍ତରରେସି.ପି.ଆଇ.(ଏମ୍) ରାଜ୍ୟସଂପାଦକମଣ୍ଡଳୀବୈଠକବସିହଇଜାର ଉଦ୍ବେଗଜନକସ୍ଥିତିଉପରେଜରୁରୀ ପ୍ରତିକାରଏବଂ ନିରାକରଣ ପାଇଁଉପରୋକ୍ତ ପ୍ରସ୍ତାବଗ୍ରହଣକରାଯାଇଛି । ଏହିବୈଠକରେସି.ପି.ଆଇ.(ଏମ୍) ରାଜ୍ୟସଂପାଦକ ସୁରେଶ ପାଣିଗ୍ରାହୀ, ରାଜ୍ୟସଂପାଦକମଣ୍ଡଳୀସଭ୍ୟସନ୍ତୋଷ ଦାସ, ଦୁଷ୍ମନ୍ତ କୁମାର ଦାସଏବଂ ବଦ୍ରି ନାରାୟଣ ଦାଶ ପ୍ରମୁଖଉପସ୍ଥିତ ଥିଲେ ।
Comments are closed.