Jai Odisha
News

କେଦାରନାଥରେ ହେଲିକପ୍ଟର ଦୁର୍ଘଟଣା, ୬ ଯାତ୍ରୀଙ୍କ ମୃତ୍ୟୁ ଆଶଙ୍କା –

ସମାଜ ଡିଜିଟାଲ ଡେସ୍କ: କେଦାରନାଥ ନିକଟରେ ରବିବାର ସକାଳେ ଏକ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି। ହେଲିକପ୍ଟରଟି କେଦାରନାଥର ଗୌରୀକୁଣ୍ଡ ଜଙ୍ଗଲରେ ଦୁର୍ଘଟଣାର ଶିକାର ହୋଇଛି। ଏଥିରେ ୫ ଯାତ୍ରୀ ଓ ପାଇଲଟଙ୍କୁ ମିଶାଇ ମୋଟ ୬ ଜଣ ଥିଲେ। ସମସ୍ତ ଯାତ୍ରୀଙ୍କ ମୃତ୍ୟୁ ଘଟିଥିବା ଆଶଙ୍କା କରାଯାଉଛି।

ହେଲିକପ୍ଟରଟି ଆର୍ଯ୍ୟନ କମ୍ପାନୀର ବୋଲି ଜଣାପଡ଼ିଛି। ଏହା ଡେରାଡୁନରୁ କେଦାରନାଥ ଅଭିମୁଖେ ଯାତ୍ରା କରୁଥିଲା। ଖରାପ ପାଗ ଯୋଗୁ ଦୁର୍ଘଟଣା ଘଟିଥିବା ଅନୁମାନ କରାଯାଉଛି। ଖବର ମିଳିବା ପରେ ସ୍ଥାନୀୟ ପୁଲିସ ଏବଂ ପ୍ରଶାସନ ପକ୍ଷରୁ ଉଦ୍ଧାର କାର୍ଯ୍ୟ ପାଇଁ ଉଦ୍ୟମ ଆରମ୍ଭ ହୋଇଛି।

Comments are closed.