Jai Odisha
News

ଦେଖନ୍ତୁ ଭିଡିଓ: ରୁଷ ଯୁଦ୍ଧ ବିମାନକୁ କିପରି ଧ୍ବଂସ କରୁଛି ୟୁକ୍ରେନ ଡ୍ରୋନ –

ସମାଜ ଡିଜିଟାଲ ଡେସ୍କ: ରୁଷ-ୟୁକ୍ରେନ ଯୁଦ୍ଧ ମଧ୍ୟରେ ରବିବାର ସବୁଠୁ ବଡ଼ ଆକ୍ରମଣ କରିଛି ୟୁକ୍ରେନ ସେନା। ଯୋଜନାବଦ୍ଧ ଭାବେ ୟୁକ୍ରେନ ରୁଷର ବିମାନଘାଟି ଉପରେ ଆକ୍ରମଣ କରିଛି। ଏହି ଆକ୍ରମଣରେ ରୁଷର ୪୧ ଯୁଦ୍ଧ ବିମାନ ନଷ୍ଟ ହୋଇଯାଇଛି।

ରୁଷ ପାଇଁ ଏହା ଏକ ଶକ୍ତ ଧକ୍କା। କାରଣ ରୁଷ ଏସବୁ ବିମାନ ଜରିଆରେ ୟୁକ୍ରେନ ଉପରେ ଏୟାରଷ୍ଟ୍ରାଇକ କରୁଥିଲା। କିନ୍ତୁ ୟୁକ୍ରେନ ରୁଷର ବହୁ ଭିତର ଅଞ୍ଚଳକୁ ପଶି ଏସବୁ ଯୁଦ୍ଧ ବିମାନକୁ ନଷ୍ଟ କରିଦେଇଛି। ଏହାର କିଛି ଭିଡିଓ ଏବେ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେବାରେ ଲାଗିଛି। ୟୁକ୍ରେନର ଡ୍ରୋନଗୁଡ଼ିକ ଗୋଟିଏ ଗୋଟିଏ ଯୁଦ୍ଧ ବିମାନକୁ ଟାର୍ଗେଟ କରି ତାହାକୁ ଧ୍ବଂସ କରୁଥିବା ଭିଡିଓରେ ଦେଖିବାକୁ ମିଳିଛି।

Ukrainian “Pavutyna” (spider net) operation is today’s attack launched simultaneously on four russia’s strategic aviation airbases has reportedly destroyed 40 (forty) strategic bombers on 4 (four) airbases: Belaya (4700 km from Ukraine), Dyagilevo (700 km), Olenya (2000 km),… pic.twitter.com/AYr5g7Xr7L

— Sergej Sumlenny, LL.M (@sumlenny) June 1, 2025

Comments are closed.